ଅଜୟ ଦେଭଗନଙ୍କ “ତାଣାଜୀ” ୟୁପିରେ ଟ୍ୟାକ୍ସ ଫ୍ରୀ କଲେ ଯୋଗୀ ସରକାର
Khabar Odisha:entertainment-odisha-ajay-devgn-tanhaji-the-unsung-warrior-tax-free-in-uttar-pradesh
ନୂଆଦିଲ୍ଲୀ, ଜାନୁଆରୀ ୧୩ (ଖବର ଓଡିଶା) :

ଜାନୁଆରୀ ୧୦ରେ ରିଲିଜ୍ ହୋଇଥିବା ଅଜୟ ଦେଭଗନଙ୍କ ଫିଲ୍ମ ତାଣାଜୀ ଦଃ ଅନସଙ୍ଗ୍ ୱାରିଅର ଏବେ ବକ୍ସ ଅଫିସରେ ଧମାଲ କରୁଛି। ଦର୍ଶକମାନେ ଏହାକୁ ବେଶ୍ ପସନ୍ଦ କରୁଛନ୍ତି। ଏହି ମଧ୍ୟରେ ଫିଲ୍ମ ସହ ସମ୍ବଧିତ ଏକ ବଡ ଖବର ସାମ୍ନାକୁ ଆସିଛି। ଯୋଗୀ ସରକାର ୟୁପିରେ ତାଣାଜୀ ଫିଲ୍ମକୁ ଟ୍ୟାକ୍ସ ଫ୍ରୀ କରିଛନ୍ତି। 

ଅଜୟ ଦେଭଗନଙ୍କ ଫିଲ୍ମ ତାଣାଜୀ ସହ ଦୀପିକା ପାଦୁକୋନଙ୍କ ଫିଲ୍ମ ଛପାକ ରିଲିଜ୍ ହୋଇଥିଲା। ତାଣାଜୀ ପରି ଫିଲ୍ମ ଛପାକ ତିନୋଟି ରାଜ୍ୟରେ ଟ୍ୟାକ୍ସ ଫ୍ରୀ କରାଯାଇଛି। ମଧ୍ୟପ୍ରଦେଶ, ଛତିଶଗଡ, ଏବଂ ରାଜସ୍ଥାନରେ ଟ୍ୟାକ୍ସ ଫ୍ରୀ କରାଯାଇଛି। 

ଉତ୍ତର ପ୍ରଦେଶରେ ଫିଲ୍ମ ତାଣାଜୀ ଟ୍ୟାକ୍ସ ଫ୍ରୀ ହେବା ପରେ ଏହାର ପ୍ରଭାବ ଫିଲ୍ମର ବ୍ୟବସାୟ ଉପରେ ପଡିପାରେ। ଫିଲ୍ମ ଏଯାବତ୍ ସମୁଦାୟ ୬୧.୭୫ କୋଟି ବ୍ୟବସାୟ କରିଛି। ସେହିପରି ୟୁପି ଭଳି ବଡ ରାଜ୍ୟରେ ଫିଲ୍ମ ଟ୍ୟାକ୍ସ ଫ୍ରୀ ହେବାପରେ ଏଠାରେ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି। ତେବେ ଫିଲ୍ମ ଦୁଇରୁ ତିନି ଦିନ ମଧ୍ୟରେ ୧୦୦ କୋଟି କ୍ଲବରେ ସାମିଲ ହୋଇପାରେ। ତେବେ ଦୀପିକାଙ୍କ ଫିଲ୍ମ ଛପାକ ଓ ଅଜୟ ଦେଭଗନଙ୍କ ଫିଲ୍ମ ତାଣାଜୀ ରାଜନୈତିକ ରଙ୍ଗ ନେଲାଣି। ଏହାକୁ ନେଇ ବଲିଉଡ଼ ମଧ୍ୟ ଦୁଇ ଭାଗ ହୋଇ ଗଲାଣି। ଗୋଟିଏ ପକ୍ଷ ଛପାକକୁ ପ୍ରଶଂସା କରୁଥିବା ବେଳେ ଆଉ ଗୋଟିଏ ପକ୍ଷ ତାଣାଜୀକୁ ପ୍ରଶଂସା କରୁଛନ୍ତି। ଫିଲ୍ମ ଛପାକ୍ ଏଯାବତ୍ ୧୯.୦୨ କୋଟି ବ୍ୟବସାୟ କରିଛି। 

Subscribe

National International State Sports Entertainment