୧ଟା ୪୭ମିନିଟରେ କାହିଁକି ରିଲିଜ୍ ହେଲା ତାନାଜୀର ଟ୍ରେଲର, ଜାଣନ୍ତୁ ରହସ୍ୟ...
Khabar Odisha:entertainment-odisha-ajay-devgan-tanhaji-trailer-time-film-title-numerology-angle-reveals
ନୂଆଦିଲ୍ଲୀ, ନଭେମ୍ଵର ୨୦ (ଖବର ଓଡିଶା) :

ଅଜୟ ଦେଭଗନଙ୍କ ୧୦୦ତମ ଫିଲ୍ମ ତାନାଜୀ ଦ ଅନସଙ୍ଗ ୱାରିଅରର ଟ୍ରେଲର ନଭେମ୍ଵର ୧୯ ଦ୍ଵିପ୍ରହର ୧ଟା ୪୭ରେ ରିଲିଜ କରାଯାଇଥିଲା। ତେବେ ଟ୍ରେଲର ରିଲିଜ କରିବା ପାଇଁ ୧ଟା ୪୭ ସମୟ କଣ ପାଇଁ ବଛାଯାଇଥିଲା। କଣ ପାଇଁ ତାନାଜୀର ଇଂରାଜୀ ଉଚାରଣ Tanhaji ରଖାଯାଇଛି? ଏହି ଦୁଇଟି ପ୍ରଶ୍ନ ପ୍ରାୟ ସମସ୍ତଙ୍କୁ ବ୍ୟତୀତ କରୁଥିବା। 

ମରାଠୀର ବୀରତ୍ଵ ଉପରେ ଆଧାରିତ ଏହି ଫିଲ୍ମ ତାନାଜୀର ଟ୍ରେଲର ଯେଉଁ ସମୟରେ ରିଲିଜ ହୋଇଥିଲା ତାହାର ଅଙ୍କ ଜ୍ୟୋତିଷ କିଛି ଏଭଳି ରହିଛି। (1:47 pm=6, 1+4+7=3, P=8 ,M=4 total=3+8+4=15=6 )। ୬କୁ ଶୁକ୍ର ଗ୍ରହର ନମ୍ଵର ବୋଲି ମାନ୍ୟତା ରହିଛି। ଶୁକ୍ର ଗ୍ରହକୁ ଧନ ଦୌଲତ ଓ  ଯଶର ପ୍ରତୀକ ବୋଲି ମାନନ୍ତି। ସେହିପରି ଯେଉଁ ତାରିଖରେ ଏହି ଫିଲ୍ମ ରିଲିଜ ହେବ ତାହାର ମଧ୍ୟ ଶୁକ୍ର ଗ୍ରହ ସହ ସମ୍ଵନ୍ଧ ରହିଛି। ଫିଲ୍ମ ତାନାଜୀ ଅଜୟଙ୍କ ୧୦୦ତମ ଫିଲ୍ମ ହୋଇଥିବା କାରଣରୁ ଏହା ତାଙ୍କୁ ମାନ ସମ୍ମାନ ଏବଂ ଧନ ଦୌଲତ ଦେବ ବୋଲି କୁହାଯାଉଛି।

Subscribe

National International State Sports Entertainment