ରିଲିଜ୍ ହେଲା “ୟେ ସାଲି ଆଶିକି”ର ଟ୍ରେଲର, ଲଭ୍ ସସପେନ୍ସ ଥ୍ରିଲରରେ ଭରପୁର ଫିଲ୍ମ
Khabar Odisha:entertainment-bollywood-odisha-yeh-saali-aashiqui-trailer-amrish-puri-grandson-vardhan-puri-debut-movie-video
ନୂଆଦିଲ୍ଲୀ, ନଭେମ୍ବର ୦୬ (ଖବର ଓଡିଶା) :

 ହିନ୍ଦୀ ସିନେମାର ଦିଗଜ ଅଭିନେତା ଅମରେଶ ପୁରୀଙ୍କ ନାତି ଏବେ ବଲିଉଡରେ ନିଜ ଭାଗ୍ୟ ପରଖିଛନ୍ତି। ୟେ ସାଲି ଆଶିକି ଫିଲ୍ମରେ ବର୍ଧାନ ଡେବ୍ୟୁ କରିଛନ୍ତି। ତେବେ ଏହି ଫିଲ୍ମର ଟ୍ରେଲର ରିଲିଜ୍ ହୋଇ ସାରିଛି। ଅମରେଶ ପୁରୀଙ୍କ ନାତି ବର୍ଧାନ ପୁରୀ ଏଥିରେ ଦମଦାର ଅଭିନୟ କରିଛନ୍ତି। 

ବର୍ଧାନଙ୍କ ଫିଲ୍ମର ଟ୍ରେଲର ଦେଖିବା ପରେ ଦର୍ଶକମାନେ ଅମରେଶ ପୁରୀଙ୍କ ଅଭିନୟକୁ ମନେ ପକାଇଛନ୍ତି। କାରଣ ଫିଲ୍ମରେ ବର୍ଧାନ ଜଣେ ଅଭିଜ୍ଞତା ଥିବା ଅଭିନେତା ଭଳି ଅଭିନୟ କରିଛନ୍ତି। ଦେଖନ୍ତୁ ଟ୍ରେଲର...

ୟେ ସାଲି ଆଶିକି ଏକ ଥ୍ରିଲର ସସପେନ୍ସ ଡ୍ରାମା। ଟ୍ରେଲର ରିଲିଜ ହେଉ ହେଉ ଦର୍ଶକମାନେ ଭଲ ରେସପନ୍ସ କରିଛନ୍ତି। ବର୍ଧାନ ଏଥିରେ ସାହିଲ ଭୂମିକାରେ ଅଛନ୍ତି। ସେ ନିଜ କଲେଜରେ ଏକ ଝିଅକୁ ପ୍ରଥମ ନଜରରେ ଭଲ ପାଇ ବସିଥିଲେ। ବର୍ଧାନଙ୍କ ବିପକ୍ଷରେ ଅଭିନେତ୍ରୀ ଶିବାଲିକା ଓବରୟ ନଜର ଆସିଛନ୍ତି। ଚିରାଗ ଋପାରେଲି ଏଥିରେ ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମ ନଭେମ୍ବର ୨୨ରେ ରିଲିଜ ହେବାକୁ ଯାଉଛି। 

Subscribe

National International State Sports Entertainment