ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କାଶ୍ମୀରରେ ଶୁଟିଙ୍ଗ କଲେ ମହେଶ ବାବୁ
Khabar Odisha:entertainment-bollywood-odisha-after-shooting-in-kashmir-for-the-first-time-mahesh-babu-gave-such-a-reaction
ନୂଆଦିଲ୍ଲୀ, ଅଗଷ୍ଟ ୧୨ (ଖବର ଓଡିଶା) :

 ସାଉଥର ସୁପରଷ୍ଟାର ମହେଶ ବାବୁ ନିଜର ୪୪ତମ ଜନ୍ମଦିନ ଅବସରରେ ତାଙ୍କର ଫିଲ୍ମ ସରିଲଋ ନୀକେବଋର ପ୍ରଥମ ଲୁକ ଜାରୀ କରିଥିଲେ । ଏହି ଫିଲ୍ମରେ ମହେଶ ବାବୁ, ଅଜୟ କୃଷ୍ଣା ନାମକ ଏକ ବ୍ୟକ୍ତି ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ଅନିଲ ରବିପୁଡୀ ନିର୍ଦ୍ଦେଶନା ଦେଇଛନ୍ତି । ଦିଲ ରାଜୁ ଏବଂ ଏକେ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମିତ ଏହି ଫିଲ୍ମରେ ମହେଶ ଏବଂ ରବିପୁଡୀ ପ୍ରଥମ ଥର ପାଇଁ ଏକ ସହ କାମ କରୁଛନ୍ତି । ମହେଶ ବାବୁ ଜଣେ ଆର୍ମି ଅଫିସର ଭୂମିକାରେ ଅଛନ୍ତି । ତେବେ ଏହି ଫିଲ୍ମରେ ମହେଶ ବାବୁଙ୍କୁ କାଶ୍ମୀରରେ ଶୁଟିଙ୍ଗ କରିବାକୁ ଅବସର ମିଳିଛି । ଏଠାରେ ସେ ନିଜ ଝିଅ ସିତାରାଙ୍କର ମଧ୍ୟ ଜନ୍ମଦିନ ପାଳନ କରିଛନ୍ତି । 

ତେବେ କାଶ୍ମୀରରେ ଫିଲ୍ମ ଶୁଟିଙ୍ଗକୁ ନେଇ ମହେଶ ବାବୁ ବେଶ୍ ଖୁସୀ ଅଛନ୍ତି । ଏଥିପାଇଁ ସେ ଖୁସୀବ୍ୟକ୍ତ କରିଛନ୍ତି । ସେ କହିଛନ୍ତି କି, ମୁଁ ମୋ ଫିଲ୍ମ ପାଇଁ ବିଭିନ୍ନ ସ୍ଥାନ ବୁଲିଛି ବହୁ ବିଦେଶ ବୁଲିଛି, କିନ୍ତୁ ମୋତେ କେବେ କାଶ୍ମୀରରେ ଶୁଟିଙ୍କ କରିବାକୁ ସୁଯୋଗ ମିଳି ନଥିଲା । ଏହା ଆମ ପାଇଁ ଏକ ଅଦ୍ଧୁତ ସମୟ ଥିଲା । ଆମେ ଯେଉଁ ସମୟରେ କାଶ୍ମୀରରେ ଶୁଟିଙ୍ଗ କରିଥିଲୁ ସେଠାରେ ଆମକୁ ସ୍ଥାନୀୟ ଲୋକଙ୍କର ପୂର୍ଣ୍ଣ ସହେଯାଗ ମିଳିଥିଲା । 

ମହେଶ ବାବୁ ୧୯୯୯ରେ ଫିଲ୍ମ ରାଜକୁମାଋଡୁରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ସେବେଠାରୁ ମହେଶ ବାବୁଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି । ଆଜି ମଧ୍ୟ ତାଙ୍କର ଫିଲ୍ମ ବକ୍ସ ଅଫିସରେ ହଙ୍ଗାମା କରୁଛି । ସେ ୨୦୦୫ରେ ବଲିଉଡ ଅଭିନେତ୍ରୀ ନମ୍ରତା ଶିରୋଡକରଙ୍କୁ ବିବାହ କରିଥିଲେ । ଏବେ ତାଙ୍କର ୨ଟି ସନ୍ତାନ ଅଛନ୍ତି । ନମ୍ରତା ଓ ମହେଶ ବାବୁଙ୍କ ପୁଅର ନାମ ଗୌତମ ଓ ଝିଅର ନାମ ସିତାରା । 

Subscribe

National International State Sports Entertainment