ବଲିଉଡରେ କରୋନା ରିଟର୍ଣ୍ଣ, ବନ୍ଦ ହେଲା ଆଲିଆ ଭଟ୍ଟଙ୍କ ଫିଲ୍ମ ସୁଟିଂ 'ଗଙ୍ଗୁବାଇ କାଠିୟାବାଡି'
Khabar Odisha:corona-returns-in-Bollywood-Alia-Bhatts-film-shooting-Gangubai-Kathiabadi-has-stopped
ମୁମ୍ବାଇ, ମାର୍ଚ୍ଚ ୦୯ (ଖବର ଓଡ଼ିଶା)

ବଲିଉଡରେ କରୋନା ଚିଟର୍ଣ୍ଣ କରିଥିବା ଦେଖିବାକୁ ମିଳିଛି  । ଆଜି ସକାଳେ ରଣବୀର କପୁରଙ୍କ ମା ନିତୁ କପୁର ପୁଅର କରୋନା ପଜିଟିଭ ରିପୋର୍ଟ ଆସିଥିବା ଜଣାଇବା ପରେ ଭନଶାଲି ଫିଲ୍ମ ଦ୍ବାରା ନିର୍ମିତ ଗଙ୍ଗୁବାଇ କାଠିୟାବାଡିର ନିର୍ମାତା ସଞ୍ଜୟଲୀଲା ଭନଶାଲିଙ୍କ ମଧ୍ୟ କରୋନା ରିପୋର୍ଟ ପଜିଟିଭ ଆସିଛି 

ବର୍ତ୍ତମାନ ପ୍ରଶଂସକ ଆଲିଆ ଭଟ୍ଟଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ସଞ୍ଜୟ ଲୀଳା ଭନଶାଲି ହୋମ କ୍ଵାରେଣ୍ଟାଇନରେ ଅଛନ୍ତି। ସଞ୍ଜୟ ଲୀଳା ଭନଶାଳି କରୋନା ପଜିଟିଭ ଚିହ୍ନଟ ହେବାପରେ ଫିଲ୍ମ 'ଗଙ୍ଗୁବାଇ କାଠିୟାବାଡି'ର ସୁଟିଂ ବନ୍ଦ କରିଦିଆଯାଇଛି।

ରିପୋର୍ଟ ଅନୁଯାୟୀ, ସଞ୍ଜୟଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବା ପରେ ତାଙ୍କର କୋଭିଡ ଯାଞ୍ଚ କରାଯାଇଥିଲା। ଯାଞ୍ଚ ରିପୋର୍ଟ ପଜିଟିଭ ଆସିଥିଲା। ରିପୋର୍ଟ ଆସିବା ପରେ ଫିଲ୍ମ ଶୁଟିଂ ବନ୍ଦ କରିଯାଇଥିଲା। ରଣବୀର କପୁର ଓ ସଞ୍ଜୟ ଲୀଳା ଭନଶାଳି କରୋନା ପଜିଟିଭ ଚିହ୍ନଟ ହେବାପରେ ଫିଲ୍ମର ପୁରା ଟିମ ଉପରେ କରୋନା ଆତଙ୍କର ଭୟ ରହିଛି।

  • Tags:

Subscribe

National International State Sports Entertainment