ସାଂସଦ ଅନୁଭବଙ୍କୁ ହତ୍ୟା ଧମକ ଘଟଣା: ଗୁଜୁରାଟରୁ ଅଭିଯୁକ୍ତ ଗିରଫ
Khabar Odisha:commissionerate-Police-nabs-accused-from-Gujarat-in-Death-threat-to-MP-Anubhav-Mohanty
କଟକ, ମେ ୧୯ (ଖବର ଓଡ଼ିଶା):

ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । କମିଶନରେଟ୍‌ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଗୁଜୁରାଟରୁ ଜଣେ ଯୁବକଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ସଂପୃକ୍ତ ଯୁବକ ଜଣକ କଟକ ଝାଞ୍ଜିରିମଙ୍ଗଳା ଅଂଚଳରେ ଭଡ଼ାରେ ରହୁଥିଲେ । ସେ ମିସ୍ତ୍ରୀ କାମ କରୁଥିଲେ ବୋଲି ଜଣାପଡ଼ିଛି । 

ଏଠାରେ ଉଲ୍ଲେଖ ଯୋଗ୍ୟ, ସାଂସଦ ଅନୁଭବ ମହାନ୍ତି ଜଣେ ଅଜଣା ଯୁବକ ହ୍ୱାଟସ୍‌ଆପ୍‌ରେ ମେସେଜ୍‌ କରି ହତ୍ୟା ଧମକ ଦେଇଥିଲେ । ତାଙ୍କୁ ୧୦ ଲକ୍ଷ ଟଙ୍କା ଦେବାକୁ ସେ କହିଥିଲେ । ଏ ନେଇ ଅନୁଭବ ଗତ ଏପ୍ରିଲ ୩୦ରେ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ । ସାଂସଦଙ୍କ ଅଭିଯୋଗ ଆଧାରରେ ପୋଲିସ ୯୧/୨୦୧୯ରେ ଆଇପିସି ୩୮୬ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହା ସହିତ ତାଙ୍କ ସୁରକ୍ଷା ନିମନ୍ତେ କମିଶନରେଟ ପୋଲିସ ପକ୍ଷରୁ ପିଏସଓର ବ୍ୟବସ୍ଥା କରାଯାଇଛି । ରାଜ୍ୟସଭା ସାଂସଦ ଥିବା ଅନୁଭବ ମହାନ୍ତି ଚଳିତ ନିର୍ବାଚନରେ କେନ୍ଦ୍ରାପଡ଼ା ଲୋକସଭା ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢ଼ୁଛନ୍ତି ।  

  • Tags:

Subscribe

National International State Sports Entertainment