ମତଦାନ ପାଇଁ ଜନତାଙ୍କୁ ଜାଗୃତ କରାଉଥିବା ଆୟୁଷ୍ମାନ ନିଜେ ଦେଲେନି ଭୋଟ୍‌
Khabar Odisha:ayushman-khurrana-did-not-cast-vote
ନୂଆଦିଲ୍ଲୀ, ମେ ୨୨ (ଖବର ଓଡ଼ିଶା):

ବିପୁଳ ପରିମାଣରେ ଭୋଟ୍‌ ଦେବାକୁ ଲୋକଙ୍କୁ ଜାଗୃତ କରାଉଥିଲେ ବଲିଓଡ଼୍‌ ଅଭିନେତା ଆୟୁଷ୍ମାନ ଖୁରାନା । ସାରା ଚଣ୍ଡିଗଡ଼ରେ ତାଙ୍କର ବଡ଼ ବଡ଼ ପୋଷ୍ଟର୍‌ ମଧ୍ୟ ଲଗାଯାଇଥିଲେ । ଦେଶର ମହାନ ପର୍ବ ପାଇଁ ଚଣିଗଡ଼ ପ୍ରସ୍ତୁତ ବୋଲି ନାରା ଦିଆଯାଉଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିୟୋଜିତ ହୋଇଥିବା ଏହି ଅଭିନେତା ନିଜେ ହିଁ ମତଦାନ କରି ନାହାଁନ୍ତି । ଯାହାକୁ ନେଇ ବିଭିନ୍ନ ସ୍ତରରେ ସମାଲୋଚନା କରାଯାଉଛି ।  

ମତଦାନ ହାର ବୃଦ୍ଧି କରିବାକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଚଣ୍ଡିଗଡ଼ ପ୍ରଶାସନ ଆୟୁଷ୍ମାନ ଖୁରାନା ଓ ବିବେକ ଦହିୟାଙ୍କୁ ବ୍ରାଣ୍ଡ ଆମ୍ବାସଡର୍‌ କରିଥିଲେ । ଗଣତନ୍ତ୍ରରେ ଏହି ମହାନ ପର୍ବରେ ମତଦାନ କରିବାକୁ ଆୟୁଷ୍ମାନ ଜନତାଙ୍କୁ ଆହ୍ୱାନ କରିଥିଲେ । ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଭୋଟ୍‌ ଦେଇ ପାରିବେ ନାହିଁ ବୋଲି ସେ ନିର୍ବାଚନ ଆୟୋଗଙ୍କୁ ଜଣାଇ ଥିଲେ । କିନ୍ତୁ ଏହା ପରେ ମଧ୍ୟ ତାଙ୍କୁ ଆମ୍ବାସଡର୍‌ କରାଯାଇଥିଲା । 

କିନ୍ତୁ ଦୁଃଖର ବିଷୟ ଆୟୁଷ୍ମାନ ନିଜେ ଭୋଟ୍‌ ଦେଇ ପାରି ନାହାଁନ୍ତି । ସେ ସେଦିନ ସହରରେ ପହଁଚି ନ ଥିଲେ ।  ଅନ୍ୟପକ୍ଷରେ ବିବେକ ନିଜେ ତିନି ତିନି ଥର ଚଣ୍ଡିଗଡ଼ ଯାଇ ଲୋକଙ୍କୁ ଭୋଟ୍‌ ଦେବାକୁ ଆହ୍ୱାନ କରିଥିଲେ । ସେ ନିଜେ ସେକ୍ଟର-49ରେ କରାଯାଇଥିବା ବୁଥରେ ମତଦାନ ମଧ୍ୟ କରିଥିଲେ । 

  • Tags:

Subscribe

National International State Sports Entertainment