ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହେଲେ ବର୍ଷୀୟାନ ଅଭିନେତା ଦିଲ୍ଲୀପ କୁମାର, ପୁଣିଥରେ ନିଶ୍ବାସ ନେବାରେ ସମସ୍ୟା
Khabar Odisha:
ମୁମ୍ବାଇ, ଜୁନ ୩୦ (ଖବର ଓଡ଼ିଶା):

ନିଶ୍ୱାସ ନେବାରେ ଅସୁବିଧା ହେତୁ ଦିଲ୍ଲୀପ କୁମାରଙ୍କୁ ପୁଣିଥରେ ହିନ୍ଦୁଜା ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଛି। ବର୍ତ୍ତମାନ ଦିଲ୍ଲୀପ କୁମାରଙ୍କୁ ଡାକ୍ତରଙ୍କ ତତ୍ତ୍ବାବଧାନରେ ଆଇସିୟୁରେ ରଖାଯାଇଛି।

ଅସୁସ୍ଥତା କାରଣରୁ ମଙ୍ଗଳବାର ସକାଳେ ଦିଲ୍ଲୀପ କୁମାରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦିଲ୍ଲୀପ କୁମାରଙ୍କ ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ଅଛି । ଏହା ବ୍ୟତୀତ ଏକ ପରିବାର ସୂତ୍ର କୁହାଯାଇଛି ଯେ, ଦିଲ୍ଲୀପ କୁମାରଙ୍କ ହେମୋଗ୍ଲୋବିନ ମଧ୍ୟ ହ୍ରାସ ପାଇଛି ଓ ଏଭଳି ପରିସ୍ଥିତିରେ ତାଙ୍କୁ ତାଙ୍କ ବୟସ ଏବଂ ସମସ୍ତ ପ୍ରକାର ପରୀକ୍ଷା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଛି, କିନ୍ତୁ ଚିନ୍ତା କରିବାର କିଛି ନାହିଁ।

ନିଶ୍ୱାସ ନେବାରେ ଅସୁବିଧା ହେତୁ ଦିଲ୍ଲୀପ କୁମାରଙ୍କୁ ଏହି ମାସରେ ଜୁନ୍ ୬ରେ ହିନ୍ଦୁଜା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ପରେ ଡିସଚାର୍ଜ ହେବାର ଗୋଟିଏ ଦିନ ପୂର୍ବରୁ ଦିଲୀପ କୁମାରଙ୍କ ଫୁସଫୁସରେ ଗଚ୍ଛିତ ଜଳକୁ ସାମାନ୍ୟ ଅସ୍ତ୍ରୋପଚାର ମାଧ୍ୟମରେ ବାହାର କରାଯାଇଥିଲା। ଦିଲ୍ଲୀପ କୁମାର ଡାକ୍ତରଖାନାରେ ୫ ଦିନ ରହିବା ପରେ ଜୁନ୍ ୧୧ରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲେ।

  • Tags:

Subscribe

National International State Sports Entertainment