ଆଜି ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କ ୫୬ତମ ଜନ୍ମଦିନ
Khabar Odisha:Today-is-the-56th-birthday-of-Bollywood-superstar-Salman-Khan
ମୁମ୍ବାଇ,ଡିସେମ୍ବର 27 (ଖବର ଓଡ଼ିଶା):

ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କ ଆଜି ୫୬ତମ ଜନ୍ମଦିନ । ନିଜ ଦମଦାର ଆକ୍ଟିଙ୍ଗ ଫଳରେ ସାରା ଦେଶରେ ପରିଚିତ ଲାଭ କରିପାରିଛନ୍ତି ବଲିଉଡ଼ର ସୁଲତାନ୍ ।

Salman Khan bitten by non-venomous snake at Panvel farmhouse, is recovering  after being discharged from hospital | Entertainment News,The Indian Express

ଆଜି ତାଙ୍କର ଏହି ଜନ୍ମଦିନରେ ତାଙ୍କ ଫ୍ୟାନ୍ସ ମାନେ ସୋସିଆଲ ମିଡ଼ିଆରେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ୧୯୬୫ ଡ଼ିସେମ୍ବର ୨୭ତାରିଖରେ ମଧ୍ୟପ୍ରଦେଶରେ ସଲମାନଙ୍କର ଜନ୍ମଦିନ ।

Salman Khan Discharged From Hospital After Getting Bitten By Snake At  Farmhouse Near Mumbai

୧୯୮୮ରେ ‘ବିୱି ହୋ ତୋ ଏସି’ ଫିଲ୍ମରେ ସହ କଳାକାର ରୂପରେ ବଲିଡ଼ରେ ଡ଼େବ୍ୟୁ କରିଥିଲେ ।୧୯୮୯ରେ ହିରୋ ଭାବେ ‘ମେନେ ପ୍ୟାର କିୟା’ରେ କାମ କରିବାର ସୁଯୋଗ ପାଇଥିଲେ ।

ପରେ ପରେ ‘ହମ୍ ଆପକେ ହେ କୌନ୍’, ‘ଦବଙ୍ଗ’, ‘ୱାଣ୍ଟେଡ଼୍’, ‘ବଜରଙ୍ଗୀ ଭାଇଜାନ’ ଭଳି ଅନେକ ଫିଲ୍ମ କରି ଦର୍ଶକଙ୍କ ବେଶ୍ ପ୍ରିୟ ହୋଇପାରିଛନ୍ତି ।

Breaking: Salman Khan Bitten By A Snake At His Farmhouse, Rushed To  Hospital!

 ସୁଚନା ଅନୁସାରେ ଗତକାଲି କିନ୍ତୁ ତାଙ୍କ ପାଇଁ ଏକ ଅଶୁଭ ଦିନ ଥିଲା କାରଣ ଜନ୍ମଦିନ ପାଳନ ପାଇଁ ସେ ତାଙ୍କ ଫାର୍ମ ହାଉସ୍ ରେ ଥିବା  ବେଳେ ତାଙ୍କୁ ଏକ ସାପ କାମୁଡ଼ି ଦେଇଥିଲା । ଫଳରେ ସେ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ କିନ୍ତୁ ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି । 

  • Tags:

Subscribe

National International State Sports Entertainment