ମୁକ୍ତିଲାଭ କଲା ୱେବ୍‌ସିରିଜ୍ ତାଣ୍ଡବର ଟିଜର
Khabar Odisha:The-web-series-series-teaser-has-been-released
ନୂଆଦିଲ୍ଲୀ, ଜାନୁଆରୀ ୦୫ (ଖବର ଓଡ଼ିଶା):

ରାଜନୀତି ଉପରେ ଆଧାରିତ ୱେବ୍‌ସିରିଜ୍ 'ତାଣ୍ଡବ'ର ଟିଜର ରିଲିଜ ହୋଇଛି । ଏଥିରେ ମୁଖ୍ୟ ଭୂମିକାରେ ସୈଫ ଅଲ୍ଲୀ ଖାନଙ୍କୁ ଦେଖିବାକୁ ମିଳିଛି । ସେ ସମର ପ୍ରତାପ ସିଂହ ଭୂମିକାରେ ଅଭିନୟ କରିଛନ୍ତି ଯିଏକି ପ୍ରଧାନମନ୍ତ୍ରୀ ଆଶାୟୀ ପ୍ରାର୍ଥୀ । ଅନ୍ୟପଟେ ଡିମ୍ପଲ କପାଡିଆ ମଧ୍ୟ ଏହି ପଦ ପାଇଁ ଲଢ଼େଇ ଜାରି ରଖୁଥିବା ନଜର ଆସୁଛନ୍ତି । ଏହି ୱେବ୍‌ସିରିଜ୍ ରେ ଦମଦାର ଡାଇଲଗ ସହ କ୍ଷମତା ଲୋଭରେ ରାଜନୀତିରେ ସାପଶିଡ଼ି ଖେଳ କିପରି ନେତାମାନେ ଖେଳିଥାନ୍ତି ତାହା ୨ ମିନିଟ୍ ୪୪ ସେକଣ୍ଡର ଏହି ଟିର୍ଜରେ ଦେଖିବାକୁ ମିଳିଛି । ଆସନ୍ତା ୧୫ ତାରିଖରେ ଆମାଜନ୍ ପ୍ରାଇମ୍ ଭିଡିଓରେ ରିଲିଜ୍ ହେବାର ଅଛି ।

  • Tags:

Subscribe

National International State Sports Entertainment