ଭୁଲ ଭୁଲେୟାଁ-୩ର ଟ୍ରେଲର ରିଲିଜ୍, ଡର ସହ ରହିଛି କମେଡିର ଡବଲ ଡୋଜ୍
ମୁମ୍ବାଇ: ଭୁଲ ଭୁଲେୟାଁ-୩କୁ ନେଇ ସିନେ ପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ନଭେମ୍ବର ୧ ତାରିଖରେ ଏହି ହରର କମେଡି ଫିଲ୍ମ ରିଲିଜ୍ ହେବାକୁ ଯାଉଛି। ଏହା ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି। ଅନୀସ ବଜମୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଭୁଲ ଭୁଲେୟାଁ ଓ ଭୁଲ ଭୁଲେୟାଁ-୨ର ତୃତୀୟ ଭାଗ। ଫିଲ୍ମର ରଚନା ଆକାଶ କୌଶିକ କରିଥିବା ବେଳେ ଚଳଚ୍ଚିତ୍ରର ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ବିଦ୍ୟାବାଲାନ ଏବଂ ମାଧୁରୀ ଦିକ୍ଷୀତ।
ଏହି ମୁଭିର ଟ୍ରେଲର ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି। ଏଥିରେ ଡବଲ ମଞ୍ଜୁଲିକାଙ୍କୁ ଦେଖିବାକୁ ମିଳିଛି। କାହାଣୀରେ ଭୟ ସହ କମେଡିର ଛୁଙ୍କକୁ ମିଶ୍ରଣ କରାଯାଇଛି। ଟ୍ରେଲର ଦେଖିବାକୁ ମିଳିଛି ଯେ, ଏକ ଭୟଙ୍କର କୋଠରୀର କବାଟ ଖୋଲିଛି, ଯାହାର କାହାଣୀ ଦର୍ଶକଙ୍କୁ ଭୟ ଏବଂ ହସର ମିଶ୍ରଣ ପ୍ରଦାନ କରୁଛି। | ନଭେମ୍ବର ୧ ତାରିଖରେ ପରଦାକୁ ଆସୁଥିବା ଏହି ଫିଲ୍ମ ୧୫୦ କୋଟି ଟଙ୍କାରେ ନିର୍ମାଣ ହୋଇଛି। ଆଉ ଏହି ଦିନ ହଲ୍କୁ ଆସୁଛି ସିଙ୍ଘମ ରିଟର୍ଣ୍ଣ।