ଇଶା ଦେଓଲଙ୍କର ହୋଇଛି ଛାଡପତ୍ର । ୧୨ ବର୍ଷ ପୂର୍ବେ ବହୁତ ଇଚ୍ଛା ସହିତ ବିବାହ କରିଥିଲେ ହେମା ମାଲିନି । ଧର୍ମେନ୍ଦ୍ର ଏବଂ ହେମା ମାଲିନିଙ୍କ ଝିଅ ଇଶା ଦେଓଲ ସ୍ୱାମୀ ଭାରତ ଅଫିସିଆଲି ଅଲଗା ହେବା ଘୋଷଣା କରିଛନ୍ତି । ଦୀର୍ଘ ଦିନ ଧରି ରିପୋର୍ଟ ଆସୁଥିଲା ଯେ ଏହି ଦମ୍ପତି ଅଲଗା ହୋଇଯାଇଛନ୍ତି । ବର୍ତ୍ତମାନ ଏହା ଦମ୍ପତି ନିଜେ ନିଶ୍ଚିତ କରିଛନ୍ତି । ପାରସ୍ପରିକ ସମ୍ମତି ଦ୍ୱାରା ସେମାନେ ଅଲଗା ହେବାକୁ ଘୋଷଣା କରିଛନ୍ତି ।
ଅଲଗା ହେବା ସଂପର୍କରେ ଦମ୍ପତି ଏକ ମିଳିତ ବିବୃତ୍ତିରେ କହିଛନ୍ତି, 'ଆମେ ପାରସ୍ପରିକ ସମ୍ମତି ସହିତ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ । ଏହି ନିଷ୍ପତ୍ତିରେ ଆମେ ଉଭୟ ପିଲାଙ୍କ କଲ୍ୟାଣ ବିଷୟରେ ଚିନ୍ତା କରିଛୁ । ଦୁହେଁ ଆମ ପାଇଁ ସର୍ବଦା ପ୍ରାଥମିକତା ରହିବେ ।ଆମେ ସମସ୍ତଙ୍କୁ ଆମର ଗୋପନୀୟତାର ଯତ୍ନ ନେବାକୁ ଅନୁରୋଧ କରୁଛୁ । ଦମ୍ପତିଙ୍କର ଦୁଇଟି ଝିଅ ଅଛନ୍ତି । ଦମ୍ପତି ବିବାହ ପରେ ଅନେକ ଦିନ ଧରି ଖୁସିରେ ରହିଥିଲେ । ହେଲେ କିଛି ମାସ ହେବ ଉଭୟଙ୍କ ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଥିଲା । ଏହାପରେ ଏହି ଖବର ସାମ୍ନାକୁ ଆସିଛି ।