ପୁଣି ଟେଲି ଇଣ୍ଡଷ୍ଟ୍ରିରେ ଖୁସି ଖବର। ଜାଆଁଳା ସନ୍ତାନର ମା’ ହେବାକୁ ଯାଉଛନ୍ତି ଟିଭିର ଚର୍ଚ୍ଚିତ ଅଭିନେତ୍ରୀ ସୁରଭି ଜ୍ୟୋତି। ସେ ତାଙ୍କ ବେବି ବମ୍ଫକୁ ଫ୍ଲାଣ୍ଟ କରୁଥିବାର ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ତେବେ ଖୁବ ଶୀଘ୍ର ତାଙ୍କର ଡେଲିଭରି ହେବାକୁ ଯାଉଛି। ସୁରଭିଙ୍କ ଜାଆଁଳା ସନ୍ତାନ ହେବାକୁ ଥିବା ଜାଣିବା ପରେ ତାଙ୍କ ଫ୍ୟାନ ମାନେ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି। ଏପରିକି ତାଙ୍କ ଫ୍ୟାନମାନେ ସୁରଭିଙ୍କୁ ତାଙ୍କର ଉଭୟ ଗୋଟିଏ ଗୋଟିଏ ଝିଅ ଏବଂ ପୁଅ ହେବ ବୋଲି କହିଛନ୍ତି।
ନାଗିନ ଚରିତ୍ରରେ ବେଶ ଲୋକପ୍ରିୟତା ପାଇଥିବା ସୁରଭି ଜ୍ୟୋତି ଏବଂ ସୁମିତ ସୁରୀ ବୋହୂ ବର୍ଷ ହେବ ପ୍ରେମ ସଂପର୍କରେ ଥିଲେ। ଏପରିକି ୨୭ ଅକ୍ଟୋବର ୨୦୨୪ରେ ସୁମିତ ସୁରୀ ଏବଂ ସୁରଭି ଉଭୟଙ୍କର ବିବାହ କରିଥିଲେ। ବିବାହର ଦୁଇ ବର୍ଷ ପରେ ସେ ମା' ହେବାକୁ ଯାଉଛନ୍ତି। ମାଆ ହେବାର ଜାଣିବା ପରେ ତୁରନ୍ତ ସୁରଭି ନିଜର ପ୍ରେଗନ୍ସି ଖବର ନିଜ ଫ୍ୟାନମାନଙ୍କୁ ଜଣାଇଥିଲେ। ଆଉ ଏବେ ପୁଣି ଥରେ ସେ ନିଜ ଫ୍ୟାନମାନଙ୍କୁ ଖୁସି ଖବର ଦେଇଛନ୍ତି। ସେହି ଖୁସି ଖବର ହେଲା ସେ ଜାଆଁଳା ସନ୍ତାନଙ୍କୁ ଜନ୍ମ ଦେବାକୁ ଯାଉଛନ୍ତି। ଏହାସହିତ ସେ ନିଜ ବେବି ବମ୍ଫର ଫୋଟ ମଧ୍ୟ ସେୟାର କରିଛନ୍ତି। ଯାହାଫଳରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି।