ଭୁବନେଶ୍ବର: ରିଲିଜ ହେଲା ବହୁ ପ୍ରତୀକ୍ଷିତ 'ରାମାୟଣ' ସିନେମାର ଟିଜର। ତେବେ ଟିଜର ଦେଖିବା ପରେ ‘ରାମାୟଣ’ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢିବାକୁ ଲାଗିଛି। ଭାରତୀୟ ଫିଲ୍ମ ଇତିହାସରେ ଏବେ ଏହି ଫିଲ୍ମକୁ ସବୁଠାରୁ ଭବ୍ୟ ଫିଲ୍ମ ବୋଲି ମନାଯାଉଛି। ତେବେ ଫିଲ୍ମଟିର ପ୍ରଥମ ଭାଗ ଚଳିତ ବର୍ଷ ଅକ୍ଟୋବର ମାସ ଦୀପାବଳୀରେ ହଲରେ ରିଲିଜ ହେବ। ସେହିପରି ଏହି ଫିଲ୍ମର ଦ୍ବିତୀୟ ଭାଗ ୨୦୨୭ ଅକ୍ଟୋବରରେ ରିଲିଜ ହେବ।
ତେବେ ଭଗବାନ ରାମଙ୍କ ପ୍ରଥମ ଝଲକ ଦେଖିବାକୁ ମିଳିଛି। ରାମଙ୍କ ଭୂମିକାରେ ରଣବୀରଙ୍କୁ ଦେଖିବା ପରେ ଫ୍ୟାନ୍ସଙ୍କ ଉତ୍ସାହ ଦ୍ବିଗୁଣିତ ହୋଇଛି। ଏହି ଝଲକରେ ରଣବୀରଙ୍କର ରାଜ୍ୟାଭିଷେକ, ନିର୍ବାସନ,ଜଙ୍ଗଲରେ ତାଙ୍କର ସଂଘର୍ଷ, ସୀତା ହରଣ ଏବଂ ରାବଣର ଏକ ଝଲକ ଦେଖିବାକୁ ମିଳିଛି। ତେବେ ଟିଜର ଦେଖିବା ପରେ ଲୋକଙ୍କ ମଧ୍ୟରେ ସିନେମାକୁ ନେଇ ଉତ୍ସାହ ବଢିବାରେ ଲାଗିଛି।
ନମିତ ମଲହୋତ୍ରାଙ୍କ ମହତ୍ତ୍ବାକାଂକ୍ଷୀ ଭିଜନ ସହିତ ରାମାୟଣ ମହାକାବ୍ୟକୁ ୨ଟି ଭାଗରେ ସିନେମା ଆଧାରରେ ରିଲିଜ୍ କରାଯାଇଛି। ଯାହାର ବଜେଟ୍ ୪୦୦ କୋଟି ରହିଛି। ଏହି ସିନେମାରେ ରଣବୀର କପୁରଙ୍କୁ ଭଗବାନ ରାମଙ୍କ ଭୂମିକାରେ ନଜର ଆସୁଥିବାବେଳେ ସାଇ ପଲ୍ଲବୀ ସୀତା ଚରିତ୍ରରେ, ୟଶ ରାବଣ ଚରିତ୍ରରେ, ସନି ଦେଓଲ ଭଗବାନ ହନୁମାନ ଚରିତ୍ରରେ ଏବଂ ରବି ଦୁବେ ଲକ୍ଷ୍ମଣ ଚରିତ୍ରରେ ଅଭିନୟ କରିଛନ୍ତି। ଏପରିକି ଅନ୍ୟ ଚରିତ୍ରରେ ମଧ୍ୟ ଅନେକ ଲୋକପ୍ରିୟ ଅଭିନେତା ଅଭିନେତ୍ରୀମାନେ ରହିଛନ୍ତି।