ସୋନୁ ସୁଦ୍ ଙ୍କୁ କରୋନା, କ୍ୱାରେଣ୍ଟିନ୍ ରେ ରହି ବି ଲୋକଙ୍କ ସହାୟତା କରିବେ ସୋନୁ
Khabar Odisha:Sonu-Soodh-Tested-Corona-Positive

ମୁମ୍ବାଇ, ଏପ୍ରିଲ ୧୭ (ଖବର ଓଡ଼ିଶା): ଗରିବଙ୍କ ଭଗବାନ କୁହାଯାଉଥିବା ସୋନୁ ସୁଦ୍ ଏବେ ନିଜେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କରୋନା ସମୟରେ ଲୋକଙ୍କ ସହାୟତା କରି ଚର୍ଚ୍ଚାକୁ ଆସିଥିବା ଏହି ବଲିଉଡ୍ ଷ୍ଟାର ଏବେ ନିଜେ କରୋନା କବଳରେ । ଆଜି ସୋନୁ ସୁଦ୍ ନିଜେ ଟ୍ୱିଟ୍ କରି ଏହାର ସୂଚନା ଦେଇଛନ୍ତି । ସେ କରୋନାରେ ଆକ୍ରାନ୍ତ ହୋଇ ବି ଲୋକଙ୍କୁ ସହାୟତା କରିବା ବନ୍ଦ କରିବେନି ବୋଲି ମଧ୍ୟ ଟ୍ୱିଟ୍ କରି କହିଛନ୍ତି ।

କରୋନାର ଦ୍ୱିତୀୟ ଲହର ଆରମ୍ଭରୁ ହିଁ ବଲିଉଡ୍ ର ବହୁ ଦିଗଜ୍ଜ ଷ୍ଟାର କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଆଉ ଏବେ ସୋନୁ ସୁଦ୍ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସୋନୁ ସୁଦ୍ ଙ୍କୁ କରୋନା ହେବା ଖବର ଆସିବା ମାତ୍ରେ ହିଁ ତାଙ୍କ ଫ୍ୟାନ୍ସ ମାନଙ୍କ ଭିତରେ ଏକ ଚିନ୍ତାର ବାତାବରଣ ଖେଳି ଯାଇଛି ।

ସୋନୁ ଖୁବ୍ ଶୀଘ୍ର ସୁସ୍ଥ ହୋଇ ପୁଣି କାମକୁ ଫେରନ୍ତୁ ଓ ପୁଣି ପୂର୍ବ ଭଳି ଅସହାୟ ମାନଙ୍‌କ ସାହର୍ଯ୍ୟ କରନ୍ତୁ ବୋଲି ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ବିଭିନ୍ନ ସୋସିଆଲ ମିଡିଆରେ ସୋନୁ ସୁଦ୍ ଙ୍କ ପାଇଁ ପୋଷ୍ଟ କରିଛନ୍ତି ।

  • Tags:

Subscribe

National International State Sports Entertainment