ବରିଷ୍ଠ ଅଭିନେତା ଅଜିତ ଦାସଙ୍କୁ କରୋନା, ହସ୍ପିଟାଲରେ ଭର୍ତ୍ତି
Khabar Odisha:Senior-actor-Ajit-Das-admitted-to-corona-Hospital
ଭୁବନେଶ୍ବର, ସେପ୍ଟେମ୍ୱର ୧ (ଖବର ଓଡ଼ିଶା):

 ଓଡିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ତଥା ଲୋକପ୍ରିୟ ଅଭିନେତା ଅଜିତ୍ ଦାସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ଭୁବନେଶ୍ୱରସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଗତକାଲି ରାତି ୨ଟା ସମୟରେ ଅଜିତଙ୍କୁ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ସେ ତାଙ୍କ ଝିଅଙ୍କୁ ଜଣାଇଥିଲେ। ଏହାସହ ଓଡ଼ିଶା ମୋ ପରିବାରର ଆବାହକ ଶ୍ରୀ ଅରୂପ ମୋହନ ପଟ୍ଟନାୟକ ଏବଂ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ମଧ୍ୟ ଜଣାଇଥିଲେ। ପରେ ତାଙ୍କୁ ଭୁବନେଶ୍ୱରସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

  • Tags:

Subscribe

National International State Sports Entertainment