ଭୁବନେଶ୍ୱର: ଥଲାପତି ବିଜୟଙ୍କ ୨୦୦୫ ମସିହାରେ ନିର୍ମିତ ଚଳଚ୍ଚିତ୍ର ସଚେନକୁ ୨୦ ବର୍ଷ ପୂରଣ ହେଉଛି, ଏହାର ପ୍ରଯୋଜକ କଲାଇପୁଲି ଏସ୍ ଥାନୁ ଘୋଷଣା କରିଥିଲେ ଯେ ଏହି ରୋମାଣ୍ଟିକ-କମେଡି ପୁନଃ ମୁକ୍ତିଲାଭ କରିବ। ଏହି ପ୍ରସିଦ୍ଧ ଚଳଚ୍ଚିତ୍ରରେ ଜେନେଲିଆ ଦେଶମୁଖ ମଧ୍ୟ ଥିଲେ।
କଲାଇପୁଲି ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ X ଜରିଆରେ କହିଛନ୍ତି ଯେ ‘ସଚେନ୍’ ମୁଭିକୁ ପୂରୁଛି ୨୦ ବର୍ଷ ସେଥିପାଇଁ ଏପ୍ରିଲ ୧୮ ପ୍ରେକ୍ଷାଳୟରେ ପୁନଃ ମୁକ୍ତିଲାଭ କରିବ । କଲାଇପୁଲି ଥାନୁ ଜଣେ ବିଶିଷ୍ଟ ପ୍ରଯୋଜକ ଯିଏ ଅସୁରନ୍, କୱାଲି, ଥେରୀ ଏବଂ ସାମ୍ପ୍ରତିକ କନ୍ନଡ ସୁପରହିଟ୍ ସିନେମା ମ୍ୟାକ୍ସ ଭଳି ସିନେମା ନିର୍ମାଣ କରିଛନ୍ତି। ‘ସଚେନ୍’ ମୁଭିଟି ତାମିଲ ଭାଷାର ନିର୍ମିତ ଏକ ରୋମାଣ୍ଟିକ କମେଡି ଚଳଚ୍ଚିତ୍ର, ଯେଉଁଥିରେ ବିଜୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।
ଏହି ଫିଲ୍ମରେ ଜେନେଲିଆ ଦେଶମୁଖ, ବିପାଶା ବସୁ, ଭାଦିଭେଲୁ, ସନ୍ଥାନମ୍ ଏବଂ ରଘୁଭରନ୍ ମଧ୍ୟ ଥିଲେ। ଚଳଚ୍ଚିତ୍ରର ଗୀତ ଦେବୀ ଶ୍ରୀ ପ୍ରସାଦ ରଚନା କରିଥିଲେ। ଏହି ଚଳଚ୍ଚିତ୍ରଟି ପ୍ରଥମେ ୧୪ ଏପ୍ରିଲ୍ ୨୦୦୫ରେ ସିନେମା ହଲରେ ମୁକ୍ତିଲାଭ କରିଥିଲା।
ଘୋଷଣା ପରଠାରୁ, ଥାଲାପତି ବିଜୟଙ୍କ ପ୍ରଶଂସକମାନେ Xରେ ଫିଲ୍ମ ପାଇଁ ସେମାନଙ୍କର ଉତ୍ସାହ ପ୍ରକାଶ କରିଛନ୍ତି। ବିଜୟଙ୍କ ବିଷୟରେ ଜଣେ ପ୍ରଶଂସକ ଲେଖିଛନ୍ତି "କଲିଉଡ୍ ଯୀଶୁଙ୍କୁ ଦେଖିବାର ସମୟ ଆସିଛି,"। ଆଉ ଜଣେ ଲେଖିଛନ୍ତି: "୨୦୨୫ ବ୍ଲକବଷ୍ଟର ଲୋଡିଂ...!" ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, "ମୋର ପ୍ରିୟ ଥାଲାପତି । ସଚେନ୍ ରେ ଥାଲାପତି ଏତେ ମନୋରମ ଦେଖାଯାଉଥିଲେ ଯେ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ଚରିତ୍ର ସୃଷ୍ଟି କରାଯାଇଥିଲା"।