ଖବର ଓଡିଶା : 28/01/2023:
ଏସ୍ଏସ୍ ରାଜାମୌଲିଙ୍କ ଚଳଚ୍ଚିତ୍ର 'RRR' କ୍ରମାଗତ ଭାବରେ ସଫଳତାର ଗୋଟିଏ ପରେ ଗୋଟେ ନୂଆ ରେକର୍ଡ କରି ଚାଲିଛି। ଏହି ଚଳଚ୍ଚିତ୍ରର ଗୀତ 'ନାଟୁ-ନାଟୁ' ଶ୍ରେଷ୍ଠ ମୂଳ ଗୀତ ବର୍ଗରେ ଓସ୍କାର ପାଇଁ ମନୋନୀତ ହୋଇଛି। ଏହା ପୂର୍ବରୁ ମଧ୍ୟ ଫିଲ୍ମ ଅନେକ ପୁରସ୍କାର ଜିତିଛି। ବର୍ତ୍ତମାନ କେବଳ ଫିଲ୍ମ ଇଣ୍ଡଷ୍ଟ୍ରି ନୁହେଁ, ଭାରତର ନା’କୁ ମଧ୍ୟ ଗର୍ବିତ କରିଥିବା ଏହି ଚଳଚ୍ଚିତ୍ରର ନା’ରେ ଆଉ ଏକ ସଫଳତା ଯୋଡି ହୋଇହୋଇଛି। ଫିଲ୍ମ 'RRR' ଜାପାନର ବକ୍ସ ଅଫିସ୍ରେ ୧୦୦ ଦିନ ପୂରଣ କରିଥିବା ପ୍ରଥମ ଭାରତୀୟ ଚଳଚ୍ଚିତ୍ର ହୋଇପାରିଛି। ଏହି ଚଳଚ୍ଚିତ୍ରଟି ଧମାକାଦାର ରୋଜଗାର ସହିତ ୧୦୦ ଦିନ ପୂରଣ କରିଛି। ଏହାକୁ ନେଇ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲିଙ୍କ ଖୁସି କହିଲେ ନସରେ। ନିର୍ଦ୍ଦେଶକ ରାଜାମମୌଲି ଟ୍ୱିଟ୍ କରି ପ୍ରଶଂସକଙ୍କ ସହ ଏହି ଖୁସିକୁ ଶେୟାର କରିଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି, 'ସେତେବେଳେ ଏକ ଚଳଚ୍ଚିତ୍ର ୧୦୦ଦିନ, ୧୭୫ ଦିନ ଆଦି ଚାଲିବା ଏକ ବଡ଼ କଥା ଥିଲା। ସମୟ ସହିତ ବ୍ୟବସାୟ ଗଠନ ମଧ୍ୟ ବଦଳିଗଲା। ସେ ମଧୁର ସ୍ମୃତିଗୁଡ଼ିକ ଚାଲିଯାଇଛି, କିନ୍ତୁ ଜାପାନୀ ପ୍ରଶଂସକମାନେ ଆମକୁ ଖୁସି କରିଛନ୍ତି। ଲଭ୍ ୟୁ ଜାପାନ । ତେବେ ଜାପାନରେ ଫିଲ୍ମ 'RRR'କୁ ଖୁବ୍ ପ୍ରସଂଶା କରାଯାଉଛି ।