ସାଉଥ ଇଣ୍ଡଷ୍ଟ୍ରିର ଜଣେ ଚର୍ଚ୍ଚିତ ଅଭିନେତ୍ରୀ କୀର୍ତ୍ତି ସୁରେଶ ନିଜର ବିବାହ ଖବରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଖୁବ ଶୀଘ୍ର ବିବାହ ସେ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବୋଲି ସୂଚନା ଦେଇଛନ୍ତି। ନିଜର ବହୁଦିନର ବୟଫ୍ରେଣ୍ଡ ଆଣ୍ଟନିଙ୍କ ସହ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଆନ୍ଧ୍ରପ୍ରଦେଶ ସ୍ଥିତ ତିରୁପତି ମନ୍ଦିରରେ ଦର୍ଶନ କରିବାକୁ ଯାଇଥିବା ବେଳେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ଆସନ୍ତା ଡିସେମ୍ବର ମାସରେ ଅଭିନେତ୍ରୀ ନିଜର ପୁରୁଷବନ୍ଧୁଙ୍କୁ ବିବାହ କରିବାକୁ ଯାଉଛନ୍ତି। ଅଭିନେତ୍ରୀ କହିଛନ୍ତି,'ଆସନ୍ତା ମାସ ମୁଁ ବିବାହ କରୁଛି ସେଥିପାଇଁ ପ୍ରଭୁଙ୍କ ଆଶୀର୍ବାଦ ନେବାକୁ ଆସିଛି। ବିବାହ ଉତ୍ସବ ଗୋଆରେ ହେବ।' ମାତ୍ର କେଉଁଦିନ ହେବ ସେ ସମ୍ପର୍କରେ ତଥ୍ୟ ପ୍ରକାଶ କରିନଥିଲେ। ସୂତ୍ରରୁ ପ୍ରକାଶ ବିବାହ ଆଗାମୀ ଡିସେମ୍ବର ମାସ ୧୧ ଓ ୧୨ ତାରିଖରେ ଅନୁଷ୍ଠିତ ହେବ।
ଆଣ୍ଟନି ଜଣେ ଉଦ୍ୟୋଗପତି ଅଟନ୍ତି। ସେ ଦୁବାଇରେ ବ୍ୟବସାୟ କରନ୍ତି। ଭାରତରେ କୋଚି ଓ ଚେନ୍ନାଇରେ ମଧ୍ୟ ତାଙ୍କର ରିସୋର୍ଟସ ସମୂହ ରହିଛି।
ଅଭିନେତ୍ରୀ କୀର୍ତ୍ତି ବହୁତ ଶୀଘ୍ର 'ବେବି ଜାନ' ନାମକ ସିନେମାରେ ବଲିଉଡ ଜଗତରେ ପାଦ ଦେବାକୁ ଯାଉଛନ୍ତି। ସିନେମାଟି ଜିଓ ଷ୍ଟୁଡିଓ ଦ୍ୱାରା ପ୍ରସ୍ତୁତ ହେଉଥିବା ବେଳେ କୀର୍ତ୍ତିଙ୍କ ସହ ପରଦାରେ ବରୁଣ ଧାୱନଙ୍କୁ ଦେଖିବାକୁ ମିଳିବ।