ସିଦ୍ଧାର୍ଥ–ଶେହନାଜଙ୍କ ଗୀତ ‘ଅଧୁରା’ର ପୋଷ୍ଟର ରିଲିଜ୍‌
Khabar Odisha:Release-poster-of-Siddhartha-Shehnazs-song-Adhura
ନୂଆଦିଲ୍ଲୀ, ଅକ୍ଟୋବର ୧୫(ଖବର ଓଡିଶା):

ଟିଭି ଅଭିନେତା ସିର୍ଦ୍ଧାର୍ଥ ଶୁକ୍ଲାଙ୍କର ଗତମାସରେ ମୃତଉୟ ହୋଇଥିଲା । ତାଙ୍କ ମୃତ୍ୟୁ ଖବରରେ ସମସ୍ତେ ଚକିତ ହୋଇଯାଇଥିଲେ । ସିଦ୍ଧାର୍ଥ ଶୁକ୍ଲା ଏବଂ ଶେହନାଜ ଗିଲଙ୍କ ଶେଷ ଗୀତ ‘ଅଧୁରା’ର ପୋଷ୍ଟର ରିଲିଜ୍ ହେବାକୁ ଯାଉଛି । ଏହି ଗୀତରେ ଶେଷ ଥର ପାଇଁ ସିଦ୍ଧାର୍ଥ–ଶେହନାଜଙ୍କ ଯୋଡି ପ୍ରଶଂସକ ଦେଖିବାକୁ ପାଇବେ । ନିର୍ମାତାମାନେ ଅସମ୍ପୂର୍ଣ୍ଣ ଗୀତର ପୋଷ୍ଟର ରିଲିଜ୍ କରିଛନ୍ତି । ଆଉ ଏହି ପୋଷ୍ଟରକୁ ଦେଖିବା ପରେ ପ୍ରଶଂସକ ଅମୋସନାଲ ହୋଇଯାଇଛନ୍ତି । 

ସୂଚନା ଅନୁସାରେ, ସିଦ୍ଧାର୍ଥ ଶୁକ୍ଲା ହ୍ୟାବିଟ ନାମକ ଏକ ମ୍ୟୁଜିକ ଭିଡିଓରେ କାମ କରିଥିଲେ । ତାଙ୍କର ମୃତ୍ୟୁ ପରେ ଏହି ଗୀତ ଅସମ୍ପୂର୍ଣ୍ଣ ରହିଥିଲା । ତେଣୁ ନିର୍ମାତାମାନେ ଟାଇଟଲ୍ ବଦଳାଇ ଗୀତ ରିଲିଜ୍ କରିବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି କୁହାଯାଉଛି । ହ୍ୟାବିଟରୁ ଗୀତର ନାମ ପରିବର୍ତତ୍ନ କରି ଅଧୁରା ରଖାଯାଇଛି । 

ନିର୍ମାତାଙ୍କ ଦ୍ୱାରା ରିଲିଜ ହୋଇଥିବା ପୋଷ୍ଟରର ଟ୍ୟାଗ୍ ଲାଇନରେ ଲେଖା ହୋଇଛି ଯେ ଏକ ଅଧୁରା ଗୀତ, ଏକ ଅଧୁରା କାହାଣୀ, ଏକ ସିଡନାଜ ଗୀତ । ଅର୍କୋ ସିଡନାଜଙ୍କ ଶେଷ ଗୀତ ଲେଖିଚନ୍ତି ଏବଂ ଶ୍ରେୟା ଘୋଷଲା ଏହାକୁ ସ୍ୱରର ଯାଦୁରେ ସଜାଇଛନ୍ତି ।

  • Tags:

Subscribe

National International State Sports Entertainment