ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ରଣବୀର-ଆଲିଆ ! ଆରମ୍ଭ ହୋଇଗଲାଣି ପ୍ଲାନିଂ
Khabar Odisha:Ranbir-Alia-is-getting-married-Planning-has-begun
ନୂଆଦିଲ୍ଲୀ, ଅକ୍ଟୋବର ୨୮(ଖବର ଓଡିଶା):

ବଲିଉଡରେ ଏବେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି । ବହୁ ଚର୍ଚ୍ଚିତ ସେଲିବ୍ରିଟି ଯୋଡି ଚଳିତବର୍ଷ ଶେଷ ଆଡକୁ ହାତକୁ ଦି ହାତ ହେବା କଥା ଶୁଣିବାକୁ ମିଳୁଛି । ତେବେ କିଛି ଦିନ ହେବ ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍ ବିବାହକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ଅଭିନେତ୍ରୀ ଆଲିଆ ଉଟ୍ଟ-ରଣବୀର କପୁରଙ୍କ ବିବାହକୁ ନେଇ ଚର୍ଚ୍ଚା ଚାଲିଛି । ରଣବୀରଙ୍କ ମା ନୀତୁ କପୁର ଖୁବଶୀଘ୍ର ଆଲିଆଙ୍କୁ ବୋହୂ କରି ଘରକୁ ଆଣିବେ ବୋଲି କହି ସାରିଲେଣି । 

ଖବର ଆସୁଛି ଯେ ରଣବୀର କାପୁର ଓ ଆଲିଆ ଭଟ୍ଟ ଚଳିତ ବର୍ଷ ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି । ରଣବୀର ଓ ଆଲିଆ ପରସ୍ପରକୁ ଦୀର୍ଘ ଦିନ ଧରି ଡେଟ୍ କରୁଛନ୍ତି । ଫ୍ୟାନମାନେ ତାଙ୍କ ବିବାହକୁ ବହୁ ଦିନ ହେଲାଣି ଅପେକ୍ଷା କରି ରହିଛନ୍ତି । ଏନେଇ ଉଭୟେ ନିଜ ସମସ୍ତ କାମକୁ ଶୀଘ୍ର ଶୀଘ୍ର ସାରୁଛନ୍ତି । 

ସେହିପରି ରଣବୀର ଡିସେମ୍ବରରେ ସନ୍‌ଗୀପ ରେଡି ବାଗାଙ୍କ ଫିଲ୍ମ ଆନିମଲରେ କାମ କରିବାକୁ ପ୍ରସ୍ତୁତ ଥିଲେ । କିନ୍ତୁ ଏବେ ସେ ଫିଲ୍ମର ସୁଟିଂ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି । ଏହି ଫିଲ୍ମର ସୁଟିଂ ସେମାନେ ଆସନ୍ତାବର୍ଷ ଆରମ୍ଭ କରିବେ । ସେହିପରି ଆଲିଆ ଭଟ୍ଟ ମଧ୍ୟ ଶାହରୁଖ ଖାନଙ୍କ ହୋମ ପ୍ରଡକ୍ସନ ଫିଲ୍ମ ଡାଲିଂସର କାମ ପୂରା କରିଦେଇଛନ୍ତି । ବର୍ଷ ଶେଷ ଆଡକୁ ସେ କେବଳ ଗଙ୍ଗୁବାଇ କାଠିୟାବାଡି ଫିଲ୍ମର ପ୍ରମୋସନ ହିଁ କରିବେ ।

  • Tags:

Subscribe

National International State Sports Entertainment