ଆମେରିକା ସୁନ୍ଦରୀ ଆର ବୋନି ଗ୍ରେବ୍ରିଏଲ ପିନ୍ଧିଲେ ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ । ୭୧ ତମ ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧିଲେ ଆମେରିକା ସୁନ୍ଦରୀ ବୋନି ଗ୍ରେବ୍ରିଏଲ । ମିସ୍ ୟୁନିଭର୍ସ ପାଇଁ ଟପ୍ ୩ ପ୍ରତିଯୋଗୀ ଙ୍କୁ ବଛାଯାଇଥିଲା । ଏଥିରେ ମିସ୍ ଭେନଜୁଏଲା, ମିସ୍ ୟୁଏସଏ ଓ ମିସ୍ ଡୋମିନିକନ୍ ଥିବାବେଳେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ମିସ୍ ୟୁଏସଏ ବନି ଗ୍ରେବ୍ରିଏଲ । ଆମେରିକାର ଲୁଇସିଆନା ନ୍ୟୁ ଅର୍ଲେଆନ୍ସ ସହରରେ ଆୟୋଜିତ ହୋଇଥିଲା ଏହି ପ୍ରତିଯୋଗିତାର ଫାଇନାଲ । ମିସ୍ ୟୁନିଭର୍ସ ୨୦୨୨ ବ୍ୟୁଟି ପ୍ୟାଜେଣ୍ଟର ଘୋଷଣା କରାଯାଇଥିଲା । ଏଥିରେ ସାରା ବିଶ୍ୱର ୮୪ ଜଣ ପ୍ରତିଯୋଗିତା ଭାଗ ନେଇଥିଲେ । ଗାବରିଏଲ ଜଣେ ପ୍ରତିଷ୍ଠିତ ଫ୍ୟାଶନ ଡିଜାଇନର, ମଡେଲ । ୟୁନିଭର୍ସିଟି ଅଫ ନର୍ଥ ଟେକ୍ସାସରୁ ସେ ଫ୍ୟାଶନ ଡିଜାଇନରେ ବ୍ୟାଚଲର ଡିଗ୍ରୀ ହାସ କରିଛନ୍ତି । ଗ୍ରେବ୍ରିଏଲ ତାଙ୍କ ନିଜସ୍ବ ବ୍ରାଣ୍ଡ ଆର ବୋନି ନୋଲାର ସିଇଓ ଅଛନ୍ତି । ଗ୍ରେବ୍ରିଏଲଙ୍କୁ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧାଇଛନ୍ତି ୨୦୨୦ ମିସ୍ ୟୁନିର୍ଭସ ଟାଇଟେଲ ବିଜୟିନୀ ହରନାଜ ସନ୍ଧୁ । ମିସ୍ ଭେନଜୁଏଲା ପ୍ରଥମ ରନର୍ସଅପ ହୋଇଥିବା ବେଳେ ମିସ୍ ଡୋମିନିକାନ ରିପବ୍ଲିକ ଦ୍ବିତୀୟ ରନର୍ସ ଅପ ଟାଇଟେଲ ଜିତିଛନ୍ତି । ଭାରତରୁ ଅଂଶ ଗ୍ରହଣ କରିଥିବା ଭାରତ ସୁନ୍ଦରୀ ଦିବିତା ରାୟଙ୍କୁ ଟପ୍ ୫ରେ ବି ସ୍ଥାନ ମିଳିପାରିନାହିଁ ।