ଓଡ଼ିଶାରେ ପୁଷ୍ପା-୨ ନିର୍ଦ୍ଦେଶକ : ଖୁବ୍‌ଶୀଘ୍ର ଆରମ୍ଭ ହେବ ଶୁଟିଂ
Khabar Odisha:Pushpa-2-director-Sukumar-reaches-Odishas-Malkangiri-finalises-shooting-locations
ଖବର ଓଡିଶା : 05/05/2023

ବହୁ ଚର୍ଚ୍ଚିତ ତେଲୁଗୁ ସିନେମା ପୁଷ୍ପା-୨ ର ସୁଟିଂ ଓଡ଼ିଶାରେ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ସେଥିପାଇଁ ଓଡ଼ିଶାରେ ପହଞ୍ଚିଛନ୍ତି ଟିମ୍ ‘ପୁଷ୍ପା’ l ମାଲକାନଗିରିର ପୋଲୁରରେ ଶୁଟିଂ ହେବ ବୋଲି ଜଣାପଡ଼ିଛି। ଆଜି ପୁଷ୍ପା -୨ର ନିର୍ଦ୍ଦେଶକ ସୁକୁମାର, ସହାୟକ ନିର୍ଦ୍ଦେଶକ ଏମ. ପ୍ରସାଦ ଓଡିଶା ପାଳୁରୁ ଆସି ସୁଟିଂ ସ୍ଥାନ ପରିଦର୍ଶନ କରିଛନ୍ତି। 

ଆସନ୍ତା ୭ ତାରିଖରେ ଶୁଟିଂ ସମ୍ପର୍କରେ ଜିଲ୍ଲାପାଳଙ୍କ ଅନୁମତି ଲୋଡିବ ଟିମ୍। ପୋଲୁର ମାନମକୋଣ୍ଡା ଆଖପାଖ ଗାଁରେ ଫିଲ୍ମର ଶୁଟିଂ ହେବ ବୋଲି ସୂଚନା ମିଳିଛି। କିଛିଦିନ ପୂର୍ବେ ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ପାଦଦେଶ ଆନ୍ଧ୍ରପ୍ରଦେଶ ତରାବୁରେ ଚଳଚ୍ଚିତ୍ର ‘ପୁଷ୍ପା-୨’ର ଶୁଟିଂ ଆରମ୍ଭ ହୋଇଥିଲା। ପୂର୍ବରୁ ପୁଷ୍ପା ୨ର ଶୁଟିଂ ସ୍ୱାଭିମାନ ଅଞ୍ଚଳରେ ହେବ ବୋଲି ଚର୍ଚ୍ଚା ହେଉଥିଲା। ଆସନ୍ତା ଦିନେ ଦୁଇ ଦିନରେ ଶୁଭ ମୁହୂର୍ତ୍ତରେ ସୁଟିଂ ଆରମ୍ଭ ସେବା ସ୍ପଷ୍ଟ କରାଯାଇଛି l ତେଲୁଗୁ ସିନେମା ପୁଷ୍ପା-୨କୁ ସମସ୍ତେ ଅପେକ୍ଷା କରି ରହିଥିବାବେଳେ ଏହାର ସୁଟିଂ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି।

Subscribe

National International State Sports Entertainment