ରାଜରାସ୍ତାରେ ଷ୍ଟାର କଳି, ବାବୁସାନଙ୍କ ଶ୍ୱଶୂର ଲଳିତ ଶତପଥୀଙ୍କୁ ନୋଟିସ କରିବ ପୋଲିସ ଭୁବନେଶ୍ୱର, ଜୁଲାଇ ୨୩(ଖବର ଓଡିଶା): Share story: ରାଜରାସ୍ତାରେ ଆଜି ଷ୍ଟାର ଘରର କଳି ଦେଖିବାକୁ ମିଳିଛି । ବାବୁସାନ ବନାମ ପତ୍ନୀ ତୃପ୍ତିଙ୍କ କଳି ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଗାଡିରେ ପ୍ରକୃତି ମିଶ୍ରଙ୍କ ଉପସ୍ଥିତି ନେଇ ଝଗଡା ହୋଇଥିବା ଚର୍ଚ୍ଚା ହେଉଛି । ତେବେ ମାମଲା ଥାନାକୁ ଗଲା ପରେ ପରବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା କରାଯାଇଛି । ସେହିପରି ଖାରବେଳନଗର ଥାନାରେ ବାବୁସାନଙ୍କ ଶ୍ୱଶୂରଙ୍କ ନାଁରେ ମାମଲା ରୁଜୁ କରିଛନ୍ତି । ବାବୁସାନଙ୍କ ଶ୍ୱଶୂର ଲଳିତ ଶତପଥୀଙ୍କୁ ପୋଲିସ ନୋଟିସ୍ କରିପାରେ । ତେବେ ଆଜି ସକାଳୁ ରାଜରାସ୍ତାରେ ଷ୍ଟାର କଳି ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି । ସେହିପରି ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେମାନେ ଆଇନକୁ ନିଜ ହାତକୁ ନେଇଛନ୍ତି ଅପରାଧ କରିଛନ୍ତି । ଖବର ଓଡ଼ିଶା, Reporter, 23/07/2022