ଆଲିଆଙ୍କ ସହିତ ବଲିଉଡରେ କ୍ୟାରିୟର ଆରମ୍ଭ କରିବେ ଟିଭି ଦୁନିଆର ଏହି ଚର୍ଚ୍ଚିତ ଚେହେରା
Khabar Odisha:Parth-Samthaan-to-make-Bollywood-debut-opposite-Alia-Bhatt

ମୁମ୍ବାଇ,୧୯ଏପ୍ରିଲ(ଖବର ଓଡିଶା); ଟିଭି ଦୁନିଆର ପରିଚିତ ଚେହେରା ପାର୍ଥ ସମଥାନ୍ ବଲିଉଡରେ ନିଜର କ୍ୟାରିଅର ଆରମ୍ଭ କରିବାକୁ ଯାଉଛନ୍ତି, ଯେଉଁଥିରେ ତାଙ୍କ ସହିତ ସ୍କ୍ରିନ୍ ସେୟାର କରିବେ ବଲିଉଡ ସୁନ୍ଦରୀ ଆଲିଆ ଭଟ୍ଟ । 

ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ ଇଣ୍ଡିଆ ଅନୁଯାଇ ପର୍ଥ ଚଳିତ ବଷଙ ଶେଷ ଭାଗରେ ଏହି ଫିଲ୍ମିର ସୁଟିଙ୍ଗ ଆରମ୍ଭ କରିବାର ଯୋଜନା ରହିଛି । ତେବେ ବଲିଉଡର ପ୍ରବେଶ କରିବା ନେଇ ସେ ବହୁତ ଉତ୍ସାହି ଥିବା ସେ କହିଛନ୍ତି । ସେ କହିଛନ୍ତି ଯେ ବାହରୁ ଆସି ବଲିଉଡରେ ଏତେ ବଡ ସୁଯୋଗ ପାଇବା ପେରେ ତାକୁ ସେ ହାତଛଡା କରିବାକୁ ଚାହୁଁନାହାନ୍ତି । ଏହି ପ୍ରୋଜେକ୍ଟରେ ସେ ତାଙ୍କର ଶହେ ପ୍ରତିଶତ ଦେବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି ।

ପୁର୍ବରୁ କିଛି ଉଡା ଖବରରୁ ଶୁଣିବାକୁ ମିଳିଥିଲା କି ସେ ସଞ୍ଜୟ ଲିଳା ଭଂସାଲିଙ୍କର ବହୁପ୍ରତିକ୍ଷିତ ଫିଲ୍ମ ଗାଙ୍ଗୁବାଇରେ ଆଲିଆଙ୍କ ବିପକ୍ଷରେ ଅଭିନୟ କରିବେ । ତେବେ ଏ ନେଇ କୌଣଷି ଔପଚାରିକ ଘୋଷଣା ହୋଇନାହିଁ ।

ପର୍ଥ ୨୦୧୪ ମସିହାରୁ ଟିଭି ଦୁନିଆରେ ସକ୍ରିୟ ଥିଲେ ବି ୨୦୧୮ ରେ ଏକତା କପୁରଙ୍କ କସୌଟି ଜିନ୍ଦେଗି ରେ ଅଭିନୟ କରି ଲୋକପ୍ରିୟ ହୋଇ ପାରିଥିଲେ । ଆଗକୁ ପର୍ଥଙ୍କର ଓଟିଟି ପ୍ଲାଟଫର୍ମରେ କିଛି ଡ୍ରାମା ସିରିଜ୍ ଆସୁଛି ଯାହାକୁ ନେଇ ସେ ବହୁତ ଉତ୍ସାହିତ ଅଛନ୍ତି ।

  • Tags:

Subscribe

National International State Sports Entertainment