ନୂଆଦିଲ୍ଲୀ: ‘ଇଣ୍ଡିଆଜ ଗଟ୍ ଲାଟେଣ୍ଟ’ ବିବାଦ ଉପରେ ଏ ପର୍ଯ୍ୟନ୍ତ ଅନେକ ବଲିଉଡ ତାରକା ନିଜର ପ୍ରତିକ୍ରିୟା ଦେଇ ସାରିଛନ୍ତି ଏବଂ ସମୟ ରୈନା ଓ ରଣବୀର ଆହ୍ଲାବାଦିଆଙ୍କ ଉପରେ ଅସନ୍ତୋଷ ଜାହିର କରିସାରିଛନ୍ତି । ଏହି କ୍ରମରେ ଏବେ ପଙ୍କଜ ତ୍ରିପାଠୀ ‘ଇଣ୍ଡିଆଜ ଗଟ୍ ଲାଟେଣ୍ଟ’ ବିବାଦ ଉପରେ ନିଜର ମତ ଦେଇଛନ୍ତି । ସେ କହିଛନ୍ତି, ଯେ କୌଣସି ବ୍ୟକ୍ତିଙ୍କୁ ନିଜ ସମାଜର ସାଂସ୍କୃତିକ ମୂଲ୍ୟବୋଧ ଜାଣିବା ଉଚିତ୍ ଓ ବକବାସ କଥା କହିବାରେ ଗର୍ବ କରିବା ଉଚିତ୍ ନୁହେଁ । ଲୋକପ୍ରିୟତା କ୍ଷଣ ଭର ପାଇଁ ରହିଥାଏ ।
ପଙ୍କଜ ତ୍ରିପାଠୀ କହିଛନ୍ତି, ଏହା ଇଣ୍ଟରନେଟର ଦୁନିଆ ଏବଂ ପ୍ରତି ମଣିଷର ନିଜର ମତ ରହିଛି । ଇଣ୍ଟରନେଟ୍ କଥା କହିଲେ, ଏଥିରେ ବହୁତ ଲୋକ ଅଚାନକ ଲୋକପ୍ରିୟ ଚେହେରା ପାଲଟି ଯାଉଛନ୍ତି । ଏଥିରେ ଅର୍ଥ ଓ ଲୋକପ୍ରିୟତା ମିଳିଥାଏ । ମାତ୍ର ସମ୍ବେଦନଶୀଳତା କାହିଁ । ପ୍ରତ୍ୟେକଙ୍କୁ ଆମ ସମାଜର ସଂସ୍କୃତି ଓ ମୂଲ୍ୟବୋଧକୁ ଜଣିବାର ଆବଶ୍ୟକତା ରହିଛି ।
ସେ କହିଛନ୍ତି, ସମସ୍ତଙ୍କୁ ବାକ୍ ସ୍ୱାଧୀନତାର ଅଧିକାର ରହିଛି । ଏହାର ଅର୍ଥ ଏହା ନୁହେଁ ଯେ, ଆପଣ ମନୋରଞ୍ଜନ ନାମରେ କିଛି ବି କହିଦେବ । ବକବାସ କଥା କହି ମଜା ନେବା ଠିକ୍, ମାତ୍ର ବକବାସ କହି ଗର୍ବ କରିବା ଠିକ୍ ନୁହେଁ । ସବୁଠୁ ବଡ କଥା ଏମିତି ଟିପ୍ପଣୀ କରିବା ଉଚିତ୍ ନୁହେଁ ଯାହା ସମାଜକୁ ଭୁଲ ସନ୍ଦେଶ ଦେବ ।
ପଙ୍କଜ ଏହା ମଧ୍ୟ କହିଛନ୍ତି, ସମସ୍ତଙ୍କୁ ଏତେ ମହତ୍ୱ ଦେବା ଉଚିତ୍ । ଯେ କେହି ବି ଭାଇରାଲ ହୋଇ ପାରିବେ । ମାତ୍ର ଏହା ଏକ ଭାଇରାଲ ରୋଗ, ଏହା କିଛି ଦିନ ପର୍ଯ୍ୟନ୍ତ ରହିବ । ସଫଳତା ରାତି ରାତିକା ମିଳେ ନାହିଁ । ଯେଉଁ ସଫଳତା ଗୋଟିଏ ରାତିରେ ମିଳେ ତାହା ଅଧିକ ଦିନ ରହେନି ।