ଓଡିଶା ପାଇଁ ଗୌରବ କେନ୍ଦୁଝର ଝିଅ । ସାରା ଦେଶ ପାଇଁ ଗୌରବ ଆଣିଲେ ଓଡିଆ ଝିଅ ଚିରଶ୍ରୀ ସାଗରୀକା । ନୃତ୍ୟକଳାର ପ୍ରଶଂସକ ମାନେ ତାଙ୍କ ଡ୍ୟାନ୍ସ ଦେଖି ପାଗଳ । ବଲିଉଡ ଅଭିନେତ୍ରୀ ମାଧୁରୀ ଦିଖିକ୍ଷୀତ ଏବଂ ଅଭିନେତା ସୁନୀଲ ସେଟୀ ତାଙ୍କ ଡ୍ୟାନ୍ସ ପାଇଁ ତାଙ୍କୁ ପ୍ରଶଂସା କରିବାକୁ ପାଛାଇ ନାହାଁନ୍ତି । ମନରେ ବହୁ ଆସା ଧରି ଓଡିଶାରୁ ରିଆଲିଟି ସୋ ଡ୍ୟାନ୍ସ ଦିୱାନେରେ ଆସି ପହଁଚିଛନ୍ତି । ଖାଲି ସେତିକି ନୁହଁ ସେ ସେହି ରିଆଲିଟି ସୋରେ ଶ୍ରେଷ୍ଠ ପାଞ୍ଚ ଜଣଙ୍କ ମଧ୍ୟରେ ଅଛନ୍ତି । ସେ ଏବେ କେନ୍ଦୁଝରରେ ନିଜର ଯୁକ୍ତ 2 ପ୍ରଥମ ବର୍ଷରେ ପଢୁଛନ୍ତି ।
ଚିରଶ୍ରୀ ଛୋଟ ବେଳରୁ ହିଁ ନୃତ୍ୟ କଳାରେ ବହୁତ ରୁଚି ରଖିଥିଲେ । ମାତ୍ର ତିନି ବର୍ଷ ବୟସରୁ ସେ ଟିଭିରୁ ଦେଖି ଡ୍ୟାନ୍ସ ଶିଖୁଥିଲେ । ଏହା ଦେଖି ତାଙ୍କ ମା ବାପା ତାଙ୍କୁ ଏକ ଡ୍ୟାନ୍ସ ଏକାଡେମୀରେ ଆଡମିସନ କରାଇଥିଲେ । ସେ ପାଠପଢା ସହିତ ବିଗତ 10 ବର୍ଷ ଧରି ନୃତ୍ୟ ଶିକ୍ଷା ଗ୍ରହଣ କରୁଛନ୍ତି । ସେ ପାଠପଢା ସାଙ୍ଗକୁ ରାତିରେ ଏବଂ ଦିନରେ ନୃତ୍ୟ ପ୍ରଶିକ୍ଷଣ କରୁଥିଲେ । ସାଗରିକା 2017ରେ DID LITTLE MASTER ରେ ଟପ୍ 15 ମଧ୍ୟରେ ସ୍ଥାନ ପାଇଥିଲେ ଏହା ସହିତ 2018ରେ dance Odisha danceରେ ପ୍ରଥମ ରର୍ନରସ୍ ଅପ ହୋଇଥିଲେ ଏବଂ 2023 ଡ୍ୟାନ୍ସ ପ୍ଲସ୍ ରେ ଭାଗ ନେଇ ଶ୍ରେଷ୍ଠ 30 ଜଣଙ୍କ ମଧ୍ୟରେ ଥିଲେ । ତେବେ ଏବେ ଚିରଶ୍ରୀ ସାଗରିକା ଡ୍ୟାନ୍ସ ଦିୱାନେରେ ଶ୍ରେଷ୍ଠ ପାଞ୍ଚ ଜଣଙ୍କ ମଧ୍ୟରେ ରହି ଓଡିଶା ପାଇଁ ଗୌରବ ଆଣିଛନ୍ତି ।
ଅଧିକା ପଢନ୍ତୁ :ଜ୍ୟାକି ଶ୍ରଫ୍ଙ୍କ ସ୍ୱର ବ୍ୟବହାର ଉପରେ କଟକଣା