ଭାରତର ସବୁଠାରୁ ବଡ ଶିଳ୍ପପତି ମୁକେଶ ଅମ୍ବାନୀ-ନୀତା ଅମ୍ବାନୀଙ୍କ ସାତ ପୁଅ ଅନନ୍ତଙ୍କ ସାନ ପୁଅ ଅନନ୍ତଙ୍କ ବାହାଘରକୁ ନେଇ ସବୁଠି ଚର୍ଚ୍ଚା । ଆଗାମୀ ଜୁଲାଇ 12 ତାରିଖରେ ଅନନ୍ତ- ରାଧିକାଙ୍କ ବାହାଘର ହେବାକୁ ଯାଉଛି। ବିବାହର ତିନିଦିନ ପୂର୍ବରୁ ଚାଲିବ ସେଲିବ୍ରେସନ । ଏହାରି ଭିତରେ ନୀତା ଅମ୍ବାନୀ ପୁଅର ବାହାରକୁ ନେଇ କାଶୀ ବିଶ୍ୱନାଥଙ୍କ ପାଖରେ ନିମନ୍ତ୍ରଣ କାର୍ଡ ଦେଇ ନିମନ୍ତ୍ରଣ କରି ଆସିଛନ୍ତି ।
ସେଠାରେ ନୀତା କିଛି କାରିଗରଙ୍କୁ ଭେଟି ଏକ ସ୍ୱତନ୍ତ୍ର ଶାଢୀ ତିଆରି କରିବାକୁ ବରାଦ ଦେଇଛନ୍ତି । ନୀତା ଅମ୍ବାନୀଙ୍କ ପାଇଁ ଏହି ସୁନାର ଶାଢୀ ତିଆରିରେ ଗତ ୪ମାସ ହେଲାଣି ପ୍ରସ୍ତୁତିରେ ଲାଗିଛନ୍ତି କାରିଗର । ରାମନଗରରେ ଦୁଇରୁ ତିନି ଜଣ କାରିଗର ୪ମାସ ହେଲାଣି ନୀତା ଅମ୍ବାନୀଙ୍କ ପାଇଁ ସୁନାରେ ଶାଢୀ ବୁଣା କାର୍ଯ୍ୟ କରାଯାଉଛି । ରାତିରେ ନୀତା ଅମ୍ବାନୀ ସେଠାରେ ପହଞ୍ଚି କାରିଗରିଙ୍କ ଶାଢୀ ତିଆରି କାରୁକାର୍ଯ୍ୟ ମଧ୍ୟ ଦେଖିଥିଲେ । ଏହାସହିତ ରାମନଗରର ବିଭିନ୍ନ ବୁଣାକାରଙ୍କଠାରୁ ପୁଅ ବାହାଘର ପାଇଁ ପାଖାପାଖି ୧୦୦ରୁ ଅଧିକ ଶାଢୀ ଅର୍ଡର କରିଥିଲେ ।
ଅଧିକା ପଢନ୍ତୁ:କାଶୀ ବିଶ୍ବନାଥଙ୍କୁ ପୁଅ ବିବାହ ନିମନ୍ତ୍ରଣ ପତ୍ର ଦେଲେ ନୀତା ଅମ୍ବାନୀ