ଅନୁମତି ପରେ ବି ଖୋଲି ପାରୁନି ୪୫% ସିନେମା ହଲ୍
Khabar Odisha:Nearly-45-of-Indias-movie-screens-yet-to-reopen

ମୁମ୍ବାଇ : କରୋନା ମହାମାରୀ ପାଇଁ ଦୀର୍ଘ ୭ମାସ ଧରି ବନ୍ଦ ପଡିଥିବା ଦେଶର ସିନେମା ହଲ୍ ଗୁଡିକୁ ଖୋଲିବା ପାଇଁ ଅନ୍‌ଲକ୍ ୫ରେ ଅର୍ଥାତ୍ ଗତ ଅକ୍ଟୋବର ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମତି ମିଳିଥିଳା ।

ଏହା ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର ହୋଇଥିଲେ ମଧ୍ୟ ହଲ୍ ମାଲିକଙ୍କ ଚିନ୍ତା ବଢିଥିଲା । ଲକ୍‌ଡାଉନ୍ ରେ ୭ମାସ ଧରି ବନ୍ଦ ପଡିଥିବା ଥିଏଟର ଗୁଡିକୁ ପୁଣି ଥରେ ଖୋଲିବା ବଡ ଚ୍ୟାଲେଞ୍ଜି ରହିଥିଲା । କାରଣ ପୂର୍ବରୁ ୭ମାସ ଧରି କ୍ଷତି ସହିଥିବା ହଲ୍ ମାଲିକମାନେ ବିନା ସରକାରୀ ପ୍ରୋତ୍ସାହନରେ ପୁଣି କେମିତି ହଲ୍ ଖୋଲିବେ ତାହା ପୁଣି ସମସ୍ତ କୋଭିଡ୍ ଗାଇଡଲାଇନସ୍ କୁ ପାଳନ କରି ଏହା ସେମାନଙ୍କ ପାଇଁ ବଡ ମୁଣ୍ଡ ବିନ୍ଧା ସାଜିଥିଲା ।

ହଲ୍ ଖୋଲିବା ପରେ ସାନିଟାଇଜେସନ୍ ଓ ଅନ୍ୟାନ କୋଭିଡ୍ ନିୟମ ପାଳନ କରିବା ପାଇଁ ପୂର୍ବରୁ କ୍ଷତି ସହୁଥିବା ହଲ୍ ଗୁଡିକରେ ରି-ଓପନ କଷ୍ଟିଙ୍ଗ ମଧ୍ୟ ଦ୍ୱିଗୁଣିତ ହୋଇଗଲା । ଯାହା ପାଇଁ ବର୍ତମାନ ସୁଦ୍ଧା ଦେଶରେ ଅନୁମତି ମିଳିବା ପରେ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ହଲ୍ ଗୁଡିକ କାର୍ଯ୍ୟକ୍ଷମ ହୋଇ ପାରୁ ନାହିଁ । ଏବେବି ୪୫ ପ୍ରତିଶତ ସିନେମା ହଲ୍ ରେ ତାଲା ପଡିଛି । 

ଫିକି ମିଡିଆ ଆଣ୍ଡ୍ ଏଣ୍ଟରଟେନ୍‌ମେଣ୍ଟ୍ ଇଣ୍ଡଷ୍ଟ୍ରି ରିପୋର୍ଟ ୨୦୨୦ ଅନୁଯାଇ ଗତ ବର୍ଷ ସୁଦ୍ଧା ଅର୍ଥାତ୍ ୨୦୧୯ ସୁଦ୍ଧା ଦେଶରେ ମୋଟ୍ ୯୫୨୭ଟି ସିନେମା ହଲ୍ ରହିଛି । ଏବଂ ବର୍ତମାନ କରୋନା ପରେ ଅନଲକ୍ ପର୍ଯ୍ୟାୟରେ ଅନୁମତି ମିଳିବା ପରେ ମଧ୍ୟ ଏମାନଙ୍କ ମଧ୍ୟରୁ ମାତ୍ର ୫୦୦୦ ସିନେମା ହଲ୍ ଖୋଲିବାରେ ସକ୍ଷମ ହୋଇଛନ୍ତି ।

ଟ୍ରେଡ୍ ବିଶେଷଜ୍ଞଙ୍କ ମତରେ ଯଦି ଏହି ଭଳି ଭାବରେ ଦେଶରେ ସିନେମା ହଲ୍ ଗୁଡିକ ବନ୍ଦ ପଡି ରହିବ ତେବେ ଆଗାମୀ ଦିନ ଗୁଡିକରେ ଭାରତୀୟ ମନୋରଞ୍ଜନ ବ୍ୟବସାୟ ଏକ ଭାରି କ୍ଷତି ସହିବ । ଯାହା ଦ୍ୱାରା ଲକ୍ଷ ଲକ୍ଷ ଲୋକ ନିଜ ଜୀବିକା ମଧ୍ୟ ହରାଇବେ ।

ଏଥି ସହିତ ସିନେମା ହଲ୍ ଗୁଡିକ ନଖୋଲିବାର ଆଉ ଏକ କାରଣ ହେଉଛି ବର୍ତମାନ ଲୋକଙ୍କୁ ସିନେମା ହଲ୍‌ରେ ଦେଖାଇବା ଭଳି କଣ୍ଟେଣ୍ଟ୍ ଉପଲବ୍ଧ ନାହିଁ । ଏବଂ ଏବେ ସେମିିତି କିଛି ଲୋକପ୍ରୀୟ ଅଭିନେତା କିମ୍ବା ଅଭିନେତ୍ରୀଙ୍କ ଫିଲ୍ମ ମଧ୍ୟ ନାହିଁ ରିଲିଜ୍ ଅପେକ୍ଷାରେ । ଏଥିସହିତ ଗତ କିଛି ଦିନ ମଧ୍ୟରେ ବଲିଉଡ୍ ପ୍ରତି ଆଉ ସେତେଟା ବା ପୂର୍ବ ଭଳି ଲୋକପ୍ରୀୟତା ଦେଖା ଦେଉନଥିବାରୁ ଲୋକମାନେ ମଧ୍ୟ ହଲ୍ କୁ ଆସି ସିନେମା ଦେଖିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି ।

  • Tags:

Subscribe

National International State Sports Entertainment