ବହୁ ଚର୍ଚ୍ଚିତ କାଷ୍ଟିଂ କାଉଚ୍‌ ମାମଲା: ଅଭିନେତା ପପୁ ପମ୍‌ପମ୍‌ଙ୍କୁ କ୍ଲିନ୍‌ଚିଟ୍, ନିର୍ଦ୍ଦୋଷ ବୋଲି ରାୟ ଶୁଣାଇଲେ ସ୍ୱତନ୍ତ୍ର ପକ୍ସୋ କୋର୍ଟ
Khabar Odisha:Much-talked-about-casting-couch-case-Special-POCSO-court-acquits-actor-Pappu-Pumpum
ଭୁବନେଶ୍ୱର, ଅଗଷ୍ଟ ୨(ଖବର ଓଡିଶା):

ବହୁ ଚର୍ଚ୍ଚିତ କାଷ୍ଟିଂ କାଉଚ୍‌ ମାମଲାରେ ଅଭିନେତା ପପୁ ପମ୍‌ପମ୍‌ଙ୍କୁ କ୍ଲିନ୍‌ଚିଟ୍ । ପପୁ ପମ୍‌ପମ୍ ନିର୍ଦ୍ଦୋଷ ବୋଲି ରାୟ ଶୁଣାଇଲେ ସ୍ୱତନ୍ତ୍ର ପକ୍ସୋ କୋର୍ଟ । ୨୦୧୬ରେ ଜଣେ ନାବାଳିକା ଆଣିଥିଲେ କାଷ୍ଟିଂ କାଉଚ୍‌ ଅଭିଯୋଗ।

ସେପଟେ ଅଭିଯୋଗ ମିଛ ଥିଲା ପୋଲିସ ପ୍ରେସରରେ ଗିରଫ କରିଥିବା ମଧ୍ୟ କୁହାଯାଇଛି । ଥାନାରେ ଏତଲା ପରେ ମୋ ଘରେ ୭ ଦିନିଆ ନୋଟିସ ଦେଲେ । ହେଲେ ୭ ଦିନିଆ ନୋଟିସ ଦେବା ସତ୍ୱେ ବି ମୋତେ ଦିନକ ପରେ ଗିରଫ କରିଥିଲେ । ମୁଁ ଏକଥା ଡିଜିଙ୍କୁ ପଚାରିଲି ଯେ ମୋତେ କାହିଁକି ଗିରଫ କଲେ, ହେଲେ ଡିଜି ଉତ୍ତର ରଖିଲେ କି ଆମ ଉପରେ ପ୍ରେସ ଅଛି ଗିରଫ କରିବା ପାଇଁ । 

ତେବେ ମୋତେ ଖାଲିଟାରେ ୪୩ ଦିନ ଜେଲରେ ରଖାଗଲା । ମାନହାନୀ ମୋକଦ୍ଦମା କରିବେ ବୋଲି ପପୁ କହିଛନ୍ତି । ସେହିପରି ଝିଅର ଅଭିଯୋଗ, ଏତଲାକାରୀ, ଭୁଲ ଖବରକୁ ତର୍ଜମା କରିବି । ଏହି ୩ଟି ଦିଗକୁ ତର୍ଜମା କରି ଓକିଲ ପରାମର୍ଶ କରି କେସ୍ କରିବି ବୋଲି ପପୁ କହିଛନ୍ତି ।

  • Tags:

Subscribe

National International State Sports Entertainment