ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି ସାଉଥ ମେଗାଷ୍ଟାର ଚିରଞ୍ଜିବୀ। ନିଜର ଡ୍ୟାନ୍ସ ଷ୍ଟେପ ପାଇଁ ଏହି ରେକର୍ଡରେ ସ୍ଥାନ ପାଇଛନ୍ତି। ୧୯୭୮ ମସିହାରେ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିବା ଏହି ପ୍ରଖ୍ୟାତ ଅଭିନେତା ଚିରଞ୍ଜିବୀ ଗତ ୪୫ ବର୍ଷ ମଧ୍ୟରେ ୨୪ ହଜାର ନୃତ୍ୟ ପ୍ରଦର୍ଶନ ପାଇଁ ଏହି ସମ୍ମାନ ମିଳିଛି। ୧୯୭୮ ମସିହାରେ ଚିରଞ୍ଜିବୀ ଫିଲ୍ମ 'ପୂନାଧୀରେଲୁ' ରୁ ସିନେମା ଦୁନିଆରେ ପାଦ ଦେଇଥିଲେ।୧୯୮୩ରେ କୈଦୀ ଫିଲ୍ମ ତାଙ୍କୁ ଲୋକପ୍ରିୟ ଷ୍ଟାର କରି ଦେଇଥିଲା । ସେହିଦିନ ଠାରୁ ସେ ୧୫୬ଟି ଫିଲ୍ମରେ ଅଭିନୟ କରିବା ସହ ୫୩୭ଟି ଗୀତାରେ ୨୪ ହଜାର ଡ୍ୟାନ୍ସ ଷ୍ଟେପ ପ୍ରଦର୍ଶନ କରିଛନ୍ତି। ହାଇଦ୍ରାବାଦରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବଲିଉଡ ତାରକା ଆମିର ଖାନ୍ ଚିରଞ୍ଜିବୀଙ୍କୁ ସ୍ୱତନ୍ତ୍ର ଭାବେ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି।ସମସ୍ତ ସିନେମା ଜଗତର ପ୍ରଥମ ଅଭିନେତା ଭାବେ ନିଜର ନୃତ୍ୟ ଦକ୍ଷତା ପାଇଁ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ଅକ୍ତିଆର କରିଛନ୍ତି ।
ଚିରଞ୍ଜିବୀ ଫିଲ୍ମ ବ୍ୟତୀତ ସେ ରାଜନୀତିରେ ମଧ୍ୟ ସକ୍ରିୟ ଥିଲେ । ସେ ୨୦୦୯ରେ ପ୍ରଜା ରାଜ୍ୟମ ପାର୍ଟି ଗଠନ କରିଥିଲେ । ୨୦୧୧ ନିର୍ବାଚନରେ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ୨୯୪ରୁ ୧୮ ସିଟରେ ବିଜୟ ହାସଲ କରିଥିଲେ । ୨୦୧୧ ତାଙ୍କ ପାର୍ଟି ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସରେ ମିଶିଥିଲା । ୨୦୧୨ରେ ସେ ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଇଥିଲେ । ୨୦୧୮ ପରେ ସେ ଆଉ ରାଜନୀତିରେ ସକ୍ରିୟ ରହିଲେ ନାହିଁ ।