ମୁମ୍ବାଇ ଗଲେ ଅଭିନେତ୍ରୀ ପ୍ରକୃତି ମିଶ୍ର, ନିଜ ଆଗାମୀ ଫିଲ୍ମ ସୁଟିଂ ପାଇଁ ଯାଇଥିବା ସୂଚନା ଦେଲେ ମନ୍ମଥ ମିଶ୍ର ଭୁବନେଶ୍ୱର, ଅଗଷ୍ଟ ୧(ଖବର ଓଡିଶା): Share story: ମୁମ୍ବାଇ ଗଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ନିଜ ଆଗାମୀ ଫିଲ୍ମ ସୁଟିଂ ପାଇଁ ଯାଇଥିବା ଜଣାପଡିଛି । ବିବାଦର ଦଶ ଦିନ ପରେ ମାଆ କୃଷ୍ଣ ମିଶ୍ରଙ୍କ ସହ ମୁମ୍ବାଇ ଯାଇଛନ୍ତି । ପ୍ରକୃତି ମିଶ୍ର ମୁମ୍ବାଇ ଯାଇଥିବା ନେଇ ବାପା ମନ୍ମଥ ମିଶ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କର୍ମକ୍ଷେତ୍ରରେ ଯୋଗ ଦେବାକୁ ମୁମ୍ବାଇ ଯାଇଛି ପ୍ରକୃତି ମିଶ୍ର । ପ୍ରକୃତି ନିଜ ସ୍ୱପ୍ନ କ୍ଷେତ୍ରକୁ ଫେରିଥିବାରୁ ମୁଁ ବହୁତ ଖୁସି ଅଛି । ସେହିପରି ଏ ବିବାଦ ହେବାର ନଥିଲା । ଘର ଭିତରେ ସମାଧାନ ହେବାର ଥିଲା । ଏହାସହିତ ସେମାନେ ମାମଲା ପ୍ରତ୍ୟାହର କଲେ ଆମେ ବି ପ୍ରତ୍ୟାହାର କରିବୁ । ଝଡ ପରେ ଶାନ୍ତି ଫେରେ, ଏବେ ଶାନ୍ତି ଫେରିବ ବୋଲି କହିଛନ୍ତି ମନ୍ମଥ ମିଶ୍ର । ଖବର ଓଡ଼ିଶା, Reporter, 31/07/2022