ଅଶୀ ଦଶକରେ ବଲିଉଡ୍ରେ ରାଜୁତି କରିଥିବା ରେଖା ଏଭଳି ଜଣେ ଅଭିନେତ୍ରୀ ଯିଏ ମହିଳାମାନଙ୍କୁ ତାଙ୍କ ପରି ସ୍ବାଧୀନଚେତା ଓ ଅଧିକ ଶକ୍ତିଶାଳୀ ହେବାକୁ ପ୍ରେରଣା ଦେଇଆସିଛନ୍ତି। ତାଙ୍କର ଶେଷ ବଲିଉଡ୍ ସିନେମା ଥିଲା ୨୦୧୪ରେ ମୁକ୍ତିଲାଭ କରିଥିବା ‘ସୁପର ନାନୀ’। ସେବେଠାରୁ ସେ ବଡ଼ ପରଦାଠୁ ଦୂରରେ ରହିଥିଲେ ହେଁ ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କୁ ନିୟମିତ ଦେଖିବାକୁ ମିଳିଥାଏ। ତେବେ ପ୍ରଥମ ଥର ପାଇଁ ନିକଟରେ ପ୍ରଶିଦ୍ଧ ମାଗାଜିନ ଭୋଗ ଦୁବାଇର କଭର ପେଜ୍ରେ ନଜର ଆସିଛନ୍ତି ରେଖା। ମାଗାଜିନ ଭୋଗ ପାଇଁ ରେଖା ଫଟୋ ସୁଟ୍ କରିଥିଲେ। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋବରେ ଲାଗିଛି। ଆଜି ବି ନିଜର ଅପରୂପ ସୁନ୍ଦରତା ବଳରେ ସେ ବି-ଟାଉନ୍ର ଅନେକ ଯୁବ ଅଭିନେତ୍ରୀଙ୍କୁ ମାତ୍ ଦିଅନ୍ତି । ତାଙ୍କ ସୌନ୍ଦର୍ଯ୍ୟ ଆଗରେ ସବୁ ଫିକା । ୬୮ ବର୍ଷୀୟା ରେଖା ଏବେ ମଧ୍ୟ ବହୁତ ୟଙ୍ଗ ଏବଂ ଚମତ୍କାର ଦେଖାଯାଉଛନ୍ତି |