ନଭେମ୍ବର ୨୨ରେ ପରଦାକୁ ଆସିବାକୁ ଯାଉଛି ଚଳଚ୍ଚିତ୍ର ‘ଧଡ଼କ୍ ୨’। ଏ ନେଇ ଆଜି ଆନୁଷ୍ଠାନିକ ଭାବେ ଏହାର ଘୋଷଣା କରିଛନ୍ତି କରନ ଜୋହର। ଏଥିରେ ନାୟକ ଓ ନାୟିକା ଭୂମିକାରେ ନଜର ଆସିବେ ସିଦ୍ଧାନ୍ତ ଚତୁର୍ବେଦୀ ଓ ତୃପ୍ତି ଡିମ୍ରି। ଫିଲ୍ମର ନିର୍ଦେଶନା ଭାର ସମ୍ଭାଳିଛନ୍ତି ଶାଜିଆ ଇକବାଲ୍। ତେବେ ଏହି ଫିଲ୍ମର କାହାଣୀ ଦର୍ଶକଙ୍କ ମନକୁ ଖୁବ ଛୁଇଁବ ବୋଲି କହିଛନ୍ତି କରନ ଜୋହର।
ଏହି ଚଳଚ୍ଚିତ୍ରର ଏକ ଟିଜର୍ ଭିଡିଓ ଶେୟାର କରାଯାଇଛି ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି କରନ ଜୋହର। ଏହା ସହ କ୍ୟାପ୍ସନରେ ଲେଖାହୋଇଛି, ‘‘ଏ କାହାଣୀ ଟିକିଏ ଅଲଗା, କାରଣ ଜଣେ ଥିଲା ରାଜା, ଜଣେ ଥିଲା ରାଣୀ, ଜାତି ଅଲଗା ଥିଲା.. ଶେଷ କାହାଣୀ’’। ଏଥିସହ ସେ ଲେଖିଛନ୍ତି ଯେ, ଫିଲ୍ମରେ ତୃପ୍ତି ଡିମ୍ରି ଓ ସିଦ୍ଧାନ୍ତ ଚତୁର୍ବେଦୀ ମୁଖ୍ୟ ଭୂମିକାରେ ଅଛନ୍ତି। ନଭେମ୍ବର ୨୨ରେ ‘ଧଡ଼କ୍ ୨’ ପରଦାକୁ ଆସିବାକୁ ଯାଉଛି। ତେବେ ସିଦ୍ଧାନ୍ତ ଓ ତୃପ୍ତି ଙ୍କ ସମେତ ଏଥିରେ ଅନେକ ନାମିଦାମୀ କଳାକାର ମାନେ ମଧ୍ୟ ଅଭିନୟ କରୁଥିବାର ଦେଖିବାକୁ ମିଳିବ। ଏହି କାହାଣୀ ଟି ପ୍ରେମରେ ଆରମ୍ଭ ହୋଇ ପ୍ରେମରେ ହିଁ ଶେଷ ହେବ ବୋଲି କହିଛନ୍ତି କରନ।