ଭୁବନ: ସୋମବାର ଯଲିଉଡ୍ର ଦୁର୍ଦ୍ଦାନ୍ତ ଖଳନାୟକ ଜ୍ଞାନ ରଞ୍ଜନ ସାହୁଙ୍କ ପରଲୋକ। ଚିକିତ୍ସାଧୀନ ଅବସ୍ଥାରେ ଭୁବନ ମେଡିକାଲରେ ଦେହାନ୍ତ ହୋଇଛି। ସେ ଜଣ୍ଡିସ ଏବଂ ଲିଭର ସିରୋସିସ୍ ରୋଗରେ ଆକ୍ରାନ୍ତ ଥିବା ସୂଚନା ମିଳିଛି। ତାଙ୍କ ପରଲୋକରେ ଓଡ଼ିଶା ଯାତ୍ରା ଜଗତରେ ଶୋକର ଲହରି ଖେଳି ଯାଇଛି। ସେ କଳିଙ୍ଗ ଗଣନାଟ୍ୟରେ ଅଭିନୟ କରିବାର ଥିଲା ବୋଲି ସୂଚନା ରହିଛି।
ତୁଳସୀ ଗଣନାଟ୍ୟରୁ କଳାକାର ଜୀବନ ଆରମ୍ଭ କରି ଶେଷ ଥର ପାଇଁ କଳିଙ୍ଗ ଗଣନାଟ୍ୟରେ କଣ୍ଟ୍ରାକ୍ଟ କରିଥିଲେ। ଦେହ ଅସୁସ୍ଥ ହେବାରୁ ଘରକୁ ଆସି ଚିକିତ୍ସିତ ହେଉଥିଲେ। ଆଜି ପରିବାର ଲୋକେ ତାଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସାଧୀନ ତାଙ୍କର ମୃତ୍ୟୁ ଘଟିଥିଲା। ବାଃ ବାଃରେ କ୍ୟାପିଟାଲ, ଖରାପ ଝିଅର ଗପ, ଅସତି ତୁଳସୀ ସତି ଚଉରା, ମିଛୁଆ ରାଧୁଆ ଗପ ସରିଲା, ହାଟ ବସେଇଛି ହଟ ନାଗରୀ ଆଦି ୧୦୦ ରୁ ଅଧିକ ନାଟକରେ ସେ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି। ତାଙ୍କ ପରଲୋକରେ ଭାଙ୍ଗିପଡ଼ିଛି ଜଲିଉଡ୍ ଇଣ୍ଡଷ୍ଟ୍ରୀ।
Also read: ଜନ ଶୁଣାଣିରେ ବିଳମ୍ବରେ ପହଞ୍ଚିବା ଅଧିକାରୀଙ୍କୁ ପଡ଼ିଲା ମହଙ୍ଗା; ଘଣ୍ଟାଏ ଯାଏଁ ବାହାରେ ଛିଡ଼ା କଲେ ଜିଲ୍ଲାପାଳ