କନ୍ଧମାଳ ଜିଲ୍ଲାରେ ଫୁଲ୍ ସ୍ଵିଙ୍ଗରେ ଚାଲିଛି ଓଡ଼ିଆ ଚଳଚିତ୍ର ବିଗୁଲ। ସ୍ଥାନୀୟ ଦର୍ଶକ ବିଭୋର ହେଉଛନ୍ତି ଫିଲ୍ମର ନିର୍ଦ୍ଦେଶନା,ଚିତ୍ର ଚରିତ୍ର ଓ ଅଭିନୟରେ। କନ୍ଧମାଳ ଓ ଉପାନ୍ତ ଜିଲ୍ଲାର ସଂସ୍କୃତି ପରମ୍ପରା ଓ ଜନଜୀବନର କାହାଣୀରେ ଚଳଚଞ୍ଚଳ ହେଉଛି ବିଗୁଲ୍। ସ୍କୁଲ୍ ଛାତ୍ର ଛାତ୍ରୀଙ୍କ ସମେତ ଦର୍ଶକ ପରିବାର ସହ ଯାଉଛନ୍ତି ହଲ୍ କୁ ଏବଂ ଓଡ଼ିଆ ଚଳଚିତ୍ରକୁ ଢେର୍ ପ୍ରଶଂସା କରୁଛନ୍ତି।
ପ୍ରକୃତିର ସ୍ବର୍ଗ କନ୍ଧମାଳ। ମନଲୋଭା ଦୃଶ୍ୟରେ ଭରପୂର କନ୍ଧମାଳ ଆକର୍ଷିତ କରିଛି ଓଲିଓଡ ଚଳଚ୍ଚିତ୍ର ନିର୍ମାତାଙ୍କୁ। ଆଦିବାସୀ ଓ ଉପାନ୍ତ ଅଞ୍ଚଳର ସଂସ୍କୃତି ପରମ୍ପରା ଓ ଜନଜୀବନ ର ବାସ୍ତବ ରୂପକୁ ନେଇ ନିର୍ମିତ ବିଗୁଲ ଏବେ ରାଜ୍ୟର ଅନେକ ସିନେମା ହଲ୍ ରେ ଦର୍ଶକଙ୍କୁ ଆକର୍ଷଣ କରୁଛି। ଫୁଲବାଣୀରେ ମଧ୍ୟ ଭରପୂର ଦର୍ଶକଙ୍କ ଗହଣରେ ହାଉସ୍ ଫୁଲ୍ ହୋଇ ଚାଲିଛି ବିଗୁଲ। ସ୍ଥାନୀୟ କୁନି କଳାକାର ଶ୍ରେୟାଂଶ ଙ୍କ ସମେତ ଅନ୍ୟ କିଛି କଳାକାର ପାଇଛନ୍ତି ସୁଯୋଗ । ସେଥିପାଇଁ ଦର୍ଶକଙ୍କ ଗହଣରେ ନିଜର ଖୁସି ବ୍ୟକ୍ତ କରିଛନ୍ତି । ଅନ୍ୟପକ୍ଷରେ ଜିଲ୍ଲାର ବିଭିନ୍ନ ସ୍କୁଲ୍, ହଷ୍ଟେଲ, ଅନାଥାଶ୍ରରୁ ଚଳଚ୍ଚିତ୍ର ଦେଖିବାକୁ ଆସି ଫିଲ୍ମ ଟିର ବହୁତ ସାରା ପ୍ରଶଂସା କରିଛନ୍ତି। ଆଗକୁ ଓଡ଼ିଆ ଚଳଚିତ୍ରର ସୁଟିଂ ପାଇଁ ବିଗୁଲ ବାଟ ଫିଟାଇଛି। ଓଡ଼ିଆ ଚଳଚିତ୍ରରେ ବାସ୍ତବଧର୍ମୀ କାହାଣୀର ଏକ ନୁଆ ଧାରା ସୃଷ୍ଟି କରିଥିବାରୁ ଦର୍ଶକଙ୍କ ପସନ୍ଦ ହୋଇଛି ବିଗୁଲ ଫିଲ୍ମ।
ଅଧିକ ପଢନ୍ତୁ :କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବର୍ଷା ସମ୍ଭାବନା