ଅମିର ଖାନ୍ ଙ୍କ ପୁଅ ଜୁନୈଦ ଖାନଙ୍କ ପ୍ରଥମ ଚଳଚ୍ଚିତ୍ର “ମହାରାଜା”ର ପ୍ରଥମ ଲୁକ୍ ସାମ୍ନାକୁ ଆସିଲା । ଚଳଚ୍ଚିତ୍ର ନିର୍ମାତା ସିଦ୍ଧାର୍ଥ ପି ମଲୋହତ୍ରାଙ୍କ ଓଟିଟି ଚଳଚ୍ଚିତ୍ରରେ ପାଦ ରଖିବାକୁ ଯାଉଛନ୍ତି ଜୁନୈଦ ଖାନ୍ । ଫିଲ୍ମର ପ୍ରଥମ ଲୁକ୍ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।
ଏହି ଫିଲ୍ମରେ ଜୁନୈଦ ଏବଂ ଜୟଦୀପ ଅହଲାୱତଙ୍କୁ ଦେଖିବାକୁ ମିଳିଛି । ଫିଲ୍ମର ପ୍ରଥମ ଲୁକ୍ ପୋଷ୍ଟର ଇଣ୍ଟରନେଟ୍ରେ ଖୁବ୍ ଭାଇରାଲ୍ ହୋଇଛି। ଏଥିରେ ଜୁନୈଦ ଖାନ ଓ ଜୟଦୀପ ଅହଲାଓ୍ବତଙ୍କୁ ଦେଖିବାକୁ ମିଳିଛି । ପୋଷ୍ଟର ସହ କ୍ୟାପ୍ସନରେ ଲେଖା ହୋଇଛି, ‘‘ଜଣେ ଶକ୍ତିଶାଳୀ ବ୍ୟକ୍ତି ଏବଂ ନିର୍ଭୀକ ସାମ୍ବାଦିକଙ୍କ ମଧ୍ୟରେ ସତ୍ୟ ପାଇଁ ସଂଗ୍ରାମ। ସତ୍ୟ ଘଟଣା ଉପରେ ଆଧାରିତ। ଜୁନ୍ ୧୪ରେ ନେଟ୍ଫ୍ଲିକ୍ସରେ ରିଲିଜ୍ ହେବ ମହାରାଜ’’। ଏଥିରେ ଜୁନୈଦଙ୍କ ବ୍ୟତୀତ ଜୟଦୀପ ଅହଲାଓ୍ବତ, ଶର୍ଭରୀ ବାଘ ଓ ଶାଳିନୀ ପାଣ୍ଡେ ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ପ୍ରଥମ ପୋଷ୍ଟର ଅନାବରଣ ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହ ବୃଦ୍ଧି ପାଇଛି। ଲୋକେ କମେଣ୍ଟ ଜରିଆରେ ଚଳଚ୍ଚିତ୍ରକୁ ନେଇ ସେମାନଙ୍କ ଉତ୍ସାହ ପ୍ରକାଶ କରିଛନ୍ତି।
ଅଧିକା ପଢନ୍ତୁ: ଆସିଲା Dhadak-2 ର ପ୍ରଥମ ଝଲକ