ବଲିଉଡରେ ଗ୍ରାଣ୍ଡ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଗୋବିନ୍ଦାଙ୍କ ପୁଅ ୟସବର୍ଦ୍ଧନ। ତେବେ ୟଶବର୍ଦ୍ଧନ ବଲିଉଡରେ ପ୍ରବେଶ କରିବା ପୂର୍ବରୁ ତାଙ୍କ ସିନେମା ଜଡିତ ପାଠପଢ଼ା ଏବଂ ଫିଲ୍ମ ନିର୍ମାଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିସାରିଛନ୍ତି। ଏପରିକି ସେ ୨୦୨୬ ମସିହାରେ ବଲିଉଡରେ ଡେବ୍ୟୁ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ୟସଙ୍କ ମାଆ ସୁନିତା ଆହୁଜା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଯଶବର୍ଦ୍ଧନ ନୃତ୍ୟ ଏବଂ ଅଭିନୟ ଉପରେ କଠିନ ପରିଶ୍ରମ କରିଛନ୍ତି ଏବଂ ନିଜର ପରିଚୟ ସୃଷ୍ଟି କରିବା ଉପରେ ଧ୍ୟାନ ଦେଉଛନ୍ତି।
ଅନେକ ଷ୍ଟାର କିଡ୍ସ ଅଛନ୍ତି ଯେଉଁମାନେ କୌଣସି ପ୍ରସ୍ତୁତି ବିନା ଅଭିନୟ ଜଗତରେ ଡେଇଁ ପଡ଼ନ୍ତି କିନ୍ତୁ ଗୋବିନ୍ଦାଙ୍କ ପୁଅ ତାଙ୍କ ବଲିଉଡ ଯାତ୍ରା ପାଇଁ ଏକ ବ୍ୟବସ୍ଥିତ ପଦ୍ଧତି ଗ୍ରହଣ କରିଥିଲେ। ସେ ଲଣ୍ଡନର ପ୍ରସିଦ୍ଧ ମେଟ୍ ଫିଲ୍ମ ସ୍କୁଲରେ ଚଳଚ୍ଚିତ୍ର ନିର୍ମାଣ ଏବଂ ଅଭିନୟର ଏକ ବର୍ଷର ପାଠ୍ୟକ୍ରମ କରିଥିଲେ। ଯେଉଁଠାରେ ସେ ଚଳଚ୍ଚିତ୍ର ନିର୍ମାଣର ପ୍ରତ୍ୟେକ ଅଧ୍ୟାୟକୁ ଭଲ ଭାବରେ ବୁଝିଥିଲେ। ପାଠ୍ୟକ୍ରମ ସମୟରେ ସେ ନିର୍ଦ୍ଦେଶନା, ଅଭିନୟ, ସ୍କ୍ରିପ୍ଟ ଲେଖା ଏବଂ ବୈଷୟିକ ଦକ୍ଷତା ଉପରେ ତାଲିମ ପାଇଥିଲେ। ଯାହା ତାଙ୍କ କ୍ୟାରିଅର ପାଇଁ ଏକ ଦୃଢ଼ ଆଧାର ପାଲଟିଥିଲା।
ନିଜର ବ୍ୟବହାରିକ ଅଭିଜ୍ଞତାକୁ ବୃଦ୍ଧି କରିବା ପାଇଁ ୟସବର୍ଦ୍ଧନ ଚଳଚ୍ଚିତ୍ର ପ୍ରଯୋଜକ ସାଜିଦ ନାଡିଆଡୱାଲାଙ୍କ ମାର୍କେଟିଂ ଦଳରେ ଯୋଗ ଦେଇଥିଲେ। ଯେଉଁଠାରେ ସେ ଚଳଚ୍ଚିତ୍ର ନିର୍ମାଣର ପ୍ରତ୍ୟେକ ଦିଗକୁ ବୁଝିବାକୁ ଚେଷ୍ଟା କରିଥିଲେ। ସେ ଡିସୁମ, ବାଗୀ ଏବଂ କିକ୍ ୨ ଭଳି ବଡ଼ ପ୍ରୋଜେକ୍ଟ ସମେତ ସହକାରୀ ନିର୍ଦ୍ଦେଶକ ଭାବରେ ମଧ୍ୟ କାମ କରିଛନ୍ତି। ଏହି ସମସ୍ତ ଅଭିଜ୍ଞତା ତାଙ୍କୁ ଶିଳ୍ପର କାର୍ଯ୍ୟଶୈଳୀ ଏବଂ ଚ୍ୟାଲେଞ୍ଜଗୁଡ଼ିକୁ ବୁଝିବାରେ ସାହାଯ୍ୟ କରିବ ଯାହା ତାଙ୍କ ଅଭିନୟ ଏବଂ ଚଳଚ୍ଚିତ୍ର ନିର୍ମାଣ କ୍ୟାରିଅର ଉଭୟ ପାଇଁ ବହୁତ ସହାୟକ ହେବ ବୋଲି ୟସବର୍ଦ୍ଧନ କହିଥିଲେ।
ତେବେ ଗୋବିନ୍ଦା ମଧ୍ୟ ତାଙ୍କ ପୁଅର କଠିନ ପରିଶ୍ରମ ପାଇଁ ପ୍ରଶଂସା କରନ୍ତି ଏବଂ କୁହନ୍ତି ଯେ ୟସବର୍ଦ୍ଧନ ତାଙ୍କ ଯାତ୍ରାରେ ସମର୍ପଣର ସହିତ ଆଗକୁ ବଢ଼ୁଛନ୍ତି। ୟସବର୍ଦ୍ଧନ ତାଙ୍କ ପିତାଙ୍କ ଚଳଚ୍ଚିତ୍ର ଜଗତକୁ ସମ୍ଭାଳିବା ସହିତ ନିଜର ପରିଚୟ ସୃଷ୍ଟି କରିବାକୁ ପ୍ରସ୍ତୁତ। ଯେଉଁଠାରେ ତାଙ୍କର ଧ୍ୟାନ କେବଳ ଅଭିନୟ ପର୍ଯ୍ୟନ୍ତ ସୀମିତ ନୁହେଁ ବରଂ ଚଳଚ୍ଚିତ୍ର ନିର୍ମାଣର ପ୍ରତ୍ୟେକ ଦିଗ ଉପରେ ମଧ୍ୟ ସେ ଅଧିକ ଗୁରୁତ୍ୱ ଦେଇଛନ୍ତି।