ମୁମ୍ବାଇ: ସୁପରଷ୍ଟାର ବିଜୟ ଥଲପତିଙ୍କ ନୂଆ ଚଳଚ୍ଚିତ୍ର ସାଇନ୍ସ ଫିକ୍ସନ୍ ଆକ୍ସନ ଫିଲ୍ମ ‘ଗୋଟ୍’ ଅର୍ଥାତ୍ ‘ଦି ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍’ ଫିଲ୍ମଟି ବକ୍ସ ଅଫିସରେ ଧମାଲ କରୁଛି । ଫିଲ୍ମଟି ୫ ତାରିଖରେ ବିଶ୍ୱବ୍ୟାପି ଫିଲ୍ମ ରିଲିଜ୍ ହେବା ପରେ ପ୍ରଥମ ଦିନର ଆୟ ହଇଚଇ ସୃଷ୍ଟି କରିଛି । ବିଜୟଙ୍କ ପ୍ରଶଂସକଙ୍କ ପାଇଁ ଏହା ଗୋଟିଏ ଖୁସିର ବିଷୟ ।
ମିଳିଥିବା ସୂଚନାନୁଯାୟୀ, ଫିଲ୍ମ ପ୍ରଥମ ଦିନ ତାମିଲନାଡୁରେ ୨୩.୮୭ କୋଟି, ଆନ୍ଧ୍ରପ୍ରଦେଶରରେ ୩.୦୬ କୋଟି, କର୍ଣ୍ଣାଟକରେ ୮.୨୪ କୋଟି, କେରଳରେ ୫.୯୫ କୋଟି, ଅନ୍ୟ ସହରରେ ୧.୬୯ କୋଟି ଆୟ କରିଛି । ଅବଶିଷ୍ଟ ଚଳଚ୍ଚିତ୍ରଟି ୩୪.୧୨ କୋଟି ଟଙ୍କା ରୋଜଗାର କରିଛି । ଏହାପରେ ଭାରତରେ ୭୬.୯୩ କୋଟି ଆୟ ଚଳଚ୍ଚିତ୍ର ହାସଲ କରିଛି ।
ଭାରତରେ ପ୍ରଥମ ଦିନର ରୋଜଗାର ବିଷୟରେ କହିବାକୁ ଗଲେ ଏହି ଫିଲ୍ମ ୪୩ କୋଟି ଟଙ୍କା ରୋଜଗାର କରିଛି, ଫିଲ୍ମ ହ୍ରିତିକ ରୋଶନଙ୍କ ଫାଇଟରକୁ ପଛରେ ଛାଡି ଦେଇଛି। ଫିଲ୍ମର ବଜେଟ୍ ୪୦୦ କୋଟି ହେବ ବୋଲି କୁହାଯାଉଛି, ଯେଉଁଥିପାଇଁ ଏହି ସପ୍ତାହ ଶେଷରେ ଫିଲ୍ମକୁ ଚମତ୍କାର ପ୍ରଦର୍ଶନ କରିବାକୁ ପଡିବ । ‘ଗୋଟ୍’ ବିଷୟରେ କହିବାକୁ ଗଲେ ଏହା ହେଉଛି ଥଲପତି ବିଜୟଙ୍କ ପାନ୍ ଇଣ୍ଡିଆ ଚଳଚ୍ଚିତ୍ର, ଏହି ଫିଲ୍କରେ ବିଜୟଙ୍କ ଡବଲ୍ ରୋଲ୍ ଦେଖିବାକୁ ମିଳିବ। ସେ ଉଭୟ ପିତା ଓ ପୁଅ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ଥଲପତି ବିଜୟଙ୍କ ବ୍ୟତୀତ ମିନାକ୍ଷୀ ଚୌଧୁରୀ, ମାଲବିକା ଶର୍ମା, ପ୍ରଶାନ୍ତ, ରାଘବ ଲରେନ୍ସ, ମୋହନ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମକୁ ଭେଙ୍କେଟ ପ୍ରଭୁ ନିର୍ଦ୍ଦେଶନା ଦେଇଛନ୍ତି ।