ନିକଟରେ ଏକ୍ସସେଲ ଏଣ୍ଟେରମେଣ୍ଟ ଦ୍ୱାରା 'ଫୁକରେ -3' ର ରିଲିଜ ଡେଟ ଘୋଷଣା କରାଯାଇଥିଲା । ମୃଗଦୀପ ସିଂ ଲାମ୍ବାଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଫୁକରେ -3'କୁ ନେଇ ବେଶ ଚର୍ଚ୍ଚା ଲାଗିରହିଛି । ଏହି ଫିଲ୍ମଟି କୁ କମେଡି ପ୍ରସଙ୍ଗ ରେ ତିଆରି କରାଯାଇଛି । ତେବେ ଏହି ଫିଲ୍ମଟି 14 ଜୁନ 2013ରେ ଆସିଥିବା ଫିଲ୍ମ 'ଫୁକରେ' ର ତୃତୀୟ ପାର୍ଟ । ଏହି ଫିଲ୍ମର ସମସ୍ତ ପାର୍ଟ କୁ ଦର୍ଶକମାନଙ୍କର ବେଶ ଭଲ ପାଇବା ମିଳିଥିଲା । କିନ୍ତୁ ଏଥର ଏହି ସିକ୍ୱେଲ ରେ କିଛି ଟ୍ଵିଷ୍ଟ ଆଣିବା ପାଇଁ ନିର୍ମାତାମାନେ ଏହି କାହାଣୀରେ କିଛି ପରିବର୍ତ୍ତନ କରିଛନ୍ତି ।
ଏହି ଫିଲ୍ମରେ ବରୁଣ ଶର୍ମା, ପୁଲକିତ ସମ୍ରାଟ, ଋଚା ଚଢ଼ା,ମନଜୋତ ସିଂ ଙ୍କ ସମେତ ପଙ୍କଜ ତ୍ରିପାଠୀ ମୁଖ୍ୟ ଭୂମିକାରେ ଦେଖାଯିବେ । ଏହି ଫିଲ୍ମରେ ପଙ୍କଜ ତ୍ରିପାଠୀଙ୍କୁ 'ପଣ୍ଡିତ ଜି' ଙ୍କ ଭୂମିକାରେ ଦେଖା ଯିବେ । ତେବେ ଏହି ଫିଲ୍ମରେ ସମସ୍ତ କଳାକାରଙ୍କ ଉପସ୍ଥିତି ରୁ ଏତିକି ଅନୁମାନ କରାଯାଇପାରିବ ଯେ ଏହି ଫିଲ୍ମଟି ଦର୍ଶକମାନଙ୍କୁ ବହୁତ ହସାଇବାର ସହ ଦର୍ଶକମାନେ ଏହାକୁ ବହୁତ ଉପଭୋଗ ମଧ୍ୟ କରିବେ । ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ କରାଯାଇଥିଲା । କେବଳ ଟ୍ରେଲର ଟି ଦେଖିବା ପରେ ହିଁ ଦର୍ଶକମାନଙ୍କ ମଧ୍ୟରେ ହସ ର ଲହରୀ ଖେଳି ଯାଇଛି । ଦର୍ଶକମାନଙ୍କର ସବୁଠାରୁ ମନ ପସନ୍ଦ ଚରିତ୍ର ଯେମିତି କି ହନି, ଭୋଲି ପଞ୍ଜାବନ, ଚୁଚା, ଲାଲୀ ଏବଂ ପଣ୍ଡିତ ଜି ପୁଣି ଥରେ ପରଦାରେ ଫେରୁଛନ୍ତି । ତେବେ ଏହି ଫିଲ୍ମଟି କୁ 28 ସେପ୍ଟେମ୍ବର ରେ ରିଲିଜ କରାଯିବ । ହେଲେ ସେହିଦିନ ସାଉଥ ଇଣ୍ଡଷ୍ଟ୍ରିର ହିରୋ ରାଘବ ଏବଂ କଙ୍ଗନାଙ୍କର ଅଭିନୀତ ଫିଲ୍ମ 'ଚନ୍ଦ୍ରମୁଖୀ -2' କୁ ମଧ୍ୟ ରିଲିଜ କରାଯିବ । ଏହି ଭଳି ସ୍ଥିତିରେ ଦର୍ଶକମାନଙ୍କୁ କେଉଁ ଫିଲ୍ମଟି ଅଧିକ ପସନ୍ଦ ଆସିବ ଏବଂ ବକ୍ସ ଅଫିସରେ କିଏ ବାଜି ମାତ କରିବ ତାହା ଦେଖିବାକୁ ବାକି ରହିଲା ।