ନିକଟରେ ରୂପେଲି ପରଦାରେ ଦେଖିବାକୁ ମିଳିଥିଲା ‘ଗଦର ୨’ ଏବଂ ‘ଓଏମ୍ଜି ୨’ ମଧ୍ୟରେ ଏକ ବଡ଼ ଟକ୍କର । ତେବେ ଏହି ଟକ୍କର ରେ ଦୁଇଟି ଫିଲ୍ମ ସଫଳ ହୋଇ ବକ୍ସ ଅଫିସ ରେ ଭଲ ବ୍ୟବସାୟ ମଧ୍ୟ କରିଥିଲା । ତେବେ ପୁଣି ଥର ଦେଖିବାକୁ ମିଳିବ ଅନ୍ୟ ଏକ ଟକ୍କର । ଆସନ୍ତା ବର୍ଷ ଅଗଷ୍ଟ ୧୫ରେ ରିଲିଜ ହେବ ଦୁଇ ବିଗ୍ ବଜେଟ୍ ଫିଲ୍ମ । ସାଉଥ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା ୨’ ଏବଂ ବଲିଉଡର ସିଙ୍ଘମ ଅଜୟ ଦେବଗନଙ୍କ ଫିଲ୍ମ ‘ସିଙ୍ଘମ ଏଗେନ୍’ । ତେବେ ଦର୍ଶକମାନେ ଦୁଇଟି ଯାକ ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି । ହେଲେ ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା ୨’ ଅଜୟ ଦେବଗନଙ୍କ ଫିଲ୍ମ ‘ସିଙ୍ଘମ ଏଗେନ୍’ ଉପରେ ଭାରି ପଡ଼ି ପାରନ୍ତି ବୋଲି ଅନୁମାନ କରାଯାଉଛି ।
17 ଡ଼ିସେମ୍ବର 2021ରେ ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା' ରିଲିଜ ହୋଇଥିଲା । ଫିଲ୍ମଟି ବକ୍ସ ଅଫିସରେ ସଫଳ ହୋଇ ଭଲ ବ୍ୟବସାୟ ମଧ୍ୟ କରିଥିଲା । ଫିଲ୍ମଟି ଦର୍ଶକମାନଙ୍କୁ ଏତେ ଭଲ ଲାଗିଥିଲା ଯେ ଦର୍ଶକମାନେ ଏହାର ଦ୍ଵିତୀୟ ସିକ୍ୱେଲକୁ ଉତ୍ସାହର ସହ ଅପେକ୍ଷା କରିଥିଲେ । ତେବେ ଅପେକ୍ଷାର ଅନ୍ତ ପରେ ନିକଟରେ ଘୋଷଣା କରାଯାଇଥିଲା ‘ପୁଷ୍ପା ୨’ର ରିଲିଜ ଡେଟ । ଆସନ୍ତା ବର୍ଷ ଅଗଷ୍ଟ ୧୫ରେ ରିଲିଜ କରାଯିବ ‘ପୁଷ୍ପା ୨’ । ତେବେ ଅଲ୍ଲୁଙ୍କ ଫିଲ୍ମ ‘ପୁଷ୍ପା’କୁ ନେଇ ସାରା ଦେଶରେ ଜବରଦସ୍ତ କ୍ରେଜ୍ ଦେଖିବାକୁ ମିଳିଥିଲା। ଏବେ ରଶ୍ମିକା ମନ୍ଧାନାଙ୍କ ସହ ‘ପୁଷ୍ପା ୨’ ସହ ସେ ପୁଣିଥରେ ସିକୁଏଲ୍ରେ ନଜର ଆସିବେ।
ଅପରପକ୍ଷେ ସେହିଦିନ ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ସିଙ୍ଘମ ଏଗେନ୍’ ମଧ୍ୟ ରିଲିଜ କରାଯିବ । ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ରହିଛନ୍ତି ରୋହିତ ସେଠୀ । ଏହି ଫିଲ୍ମଟି ଆକ୍ସନ-କମେଡି ପ୍ରସଙ୍ଗ ରେ ତିଆରି କରାଯିବ । ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଅଜୟ ଦେବଗନଙ୍କ ସହ ଦୀପିକା ପାଦୁକୋନଙ୍କୁ ଲିଡ ରୋଲରେ ଦେଖା ଯିବ । ସବୁଥର ଭଳି ସିଙ୍ଘମ ସିକୁଏଲ୍ ଦର୍ଶକଙ୍କୁ ଖୁବ୍ ହସାଇବ ବୋଲି ଆଶା କରାଯାଉଛି। ଏଭଳି ସ୍ଥିତିରେ କିଏ ବକ୍ସ ଅଫିସ୍ ରେ ବାଜିମାତ କରିବ ତାହା ଦେଖିବାକୁ ବାକି ରହିଲା ।
ଅଧିକ ପଢ଼ନ୍ତୁ: