ଆସନ୍ତା ୧୭ ରବିବାର ସଂଧ୍ୟା ୬ଟା ୩୦ରେ ରିଲିଜ ହେବାକୁ ଯାଉଛି ଜୀ-ସାର୍ଥକର ପ୍ରଯୋଜକ ବିଜୟ କାଣ୍ଡୋଇଙ୍କ ନୂଆ ଓଡ଼ିଆ ଫିଲ୍ମ 'କୁଳାଙ୍ଗାର-୨' । ଏହି ସିମେନାର ମୁଖ୍ୟ ଚରିତ୍ର ରେ ନାୟକ ଶାଶ୍ୱତ ଓ ନାୟିକା ନିଲାଖୀ ଦେଖାଯିବେ । ଏହାସହ ଅଭିନେତା କୁନା ତ୍ରିପାଠୀ ଓ ମଧୁମିତା ମହାନ୍ତି ମଧ୍ୟ ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହି ଫିଲ୍ମର କାହାଣୀ ଗୋଲ୍ଡ ମେଡାଲିଷ୍ଟ ବିକାଶକୁ ନେଇ ତିଆରି ହୋଇଥିବା ବେଳେ ନିକଟରେ ଏହି ଫିଲ୍ମର ଅଡିଓ ରିଲିଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ତେବେ 'କୁଳାଙ୍ଗାର-୨' ର କାହାଣୀ ଟି ଗୋଟିଏ ମଧ୍ୟବିତ୍ତ ପରିବାର ର କାହାଣୀ । କିପରି ଯୁବ ପିଢ଼ି ନିଜ ପରିବାର ର କଥା ନ ମାନି ବିପଦର ସମ୍ମୁଖୀନ ହେଉଛନ୍ତି । ଫିଲ୍ମର ମୁଖ୍ୟ ନାୟକ ବିକାଶ ନିଜ ପାଠପଢା ସାରି ମୋବାଇଲ ଆପ୍ ତିଆରି କରିବା ପାଇଁ ନିଜ ମା'ଙ୍କ ଠାରୁ ଜବରଦସ୍ତି ଟଙ୍କା ଆଣି ଚିଟ୍ଫଣ୍ଡ କମ୍ପାନୀରେ ବିନିଯୋଗ କରି ସବୁ ହରାଇ ବସିଛି । ଏହାପରେ ସେ ଘରର ବିରୋଧ ସତ୍ୱେ ଜଣେ ଝିଅକୁ କିଡନାପ କରି ବିବାହ କରିଛନ୍ତି । ଏହାପରେ ତାଙ୍କ ଜୀବନରେ କଣ କଣ ଘଟୁଛି ଏବଂ ସେ ସେହି ସମସ୍ୟା ଗୁଡିକୁ କିପରି ସମାଧାନ କରୁଛନ୍ତି ତାହାକୁ ଦେଖାଇବା ପାଇଁ ରବିବାର ସଂଧ୍ୟା ୬ଟା ୩୦ରେ ଏହାକୁ ରିଲିଜ କରାଯିବ ।