ଇତିହାସରେ ପ୍ରଥମ ଥର ପାଇଁ ମିସ୍ ୟୁନିଭର୍ସ 2023ରେ ଭାଗ ନେବାକୁ ଯାଉଛନ୍ତି ଦୁଇ କିନ୍ନର ପ୍ରତିଯୋଗୀ । ଯାହାକୁ ଦେଖି ପୁରା ଦେଶ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଚଳିତ ବର୍ଷ ମିସ୍ ୟୁନିଭର୍ସ 2023ରେ ଦୁଇ ଜଣ କିନ୍ନର ପ୍ରତିଯୋଗୀ ଭାଗ ନେବେ ବୋଲି ସୂଚନା ମିଳିଛି । ଏହା ଆସନ୍ତା ନଭେମ୍ବର ମାସରେ ଅନୁଷ୍ଠିତ ହେବାକୁ ଯାଉଛି । 72ତମ ମିସ୍ ୟୁନିଭର୍ସ 2023ରେ ପଥମ ପ୍ରତିଯୋଗୀ ଭାବେ ଭାଗ ନେବାକୁ ଯାଉଛନ୍ତି 23 ବର୍ଷୀୟା ବିମାନ ପରିଚାରିକା ମାରିନ ମଚେଟ ପୂର୍ବରୁ ମିସ୍ ପର୍ତ୍ତୁଗାର୍ଲ ମୁକୁତା ଜିସିସାରିଛନ୍ତି ।ଏହାପରେ ସେ ମିସ୍ ୟୁନିଭର୍ସ 2023ର ମୁକୁଟକୁ ନିଜ ନାମରେ କରିବା ପାଇଁ ଭାଗ ନେଉଛନ୍ତି ।
ତାଙ୍କ ସହ ଦ୍ଵିତୀୟ କିନ୍ନର ଯିଏ କି ଏହି ପ୍ରତିଯୋଗିତାରେ ଭାଗ ନେବେ ସେ ହେଉଛନ୍ତି ମଡେଲ ରିକ୍କି କୋଲେ ଯିଏ କି ନିଜ ଦେଶ ନେଦରଲ୍ୟାଣ୍ଡ ରେ ମିସ୍ ନେଦରଲ୍ୟାଣ୍ଡ ର ମୁକୁଟ କୁ ନିଜ ନାମରେ କରି ସାରିଛନ୍ତି । ଏହାସହ କୋଲେ ହେଉଛନ୍ତି ପ୍ରଥମ କିନ୍ନର ଯିଏ କି ଏହାକୁ ନିଜ ନାମରେ କରିପାରିଛନ୍ତି ।
ଚଳିତ ବର୍ଷ ନଭେମ୍ବରରେ ଏଲ ସାଲଭାଡୋରରେ 72ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ପୃଥିବୀର ଭିନ୍ନ ଭିନ୍ନ ଦେଶରୁ 90 ଜଣ ମହିଳା ଅଂଶ ଗ୍ରହଣ କରିବେ । ଏହି ପ୍ରତିଯୋଗିତାରେ ଯଦି ଏମାନଙ୍କ ମଧ୍ୟରୁ କିଏ ବି ଜିତିଲା ତେବେ ସେମାନେ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଥିବା ପ୍ରଥମ କିନ୍ନର ହେବେ ।