ଆରପାରିରେ ବଲିଉଡ ଅଭିନେତା ଶର୍ମନ ଯୋଶୀଙ୍କ ପିତା
Khabar Odisha:Father-of-Bollywood-actor-Sharman-Yoshi-is-no-more
ମୁମ୍ବାଇ, ଜାନୁଆରୀ 29 (ଖବର ଓଡ଼ିଶା):

ବଲିଉଡ୍ ଅଭିନେତା ଶର୍ମନ ଯୋଶୀଙ୍କ ପିତା ଅରବିନ୍ଦ ଯୋଶୀଙ୍କର ଆଜି ମୃତ୍ୟୁ ଘଟିଛି । ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ତେବେ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ସମସ୍ୟା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅରବିନ୍ଦଙ୍କ ମୃତ୍ୟୁରେ ଅଭିନେତା ପରେଶ ରାୱଲ ଦୁଃଖ ପ୍ରକାଶ କରିଛନ୍ତି । ଅରବିନ୍ଦ ଜଣେ ଗୁଜୁରାଟୀ ଥିଏଟର ଅଭିନେତା ତଥା ନିର୍ଦ୍ଦେଶକ ଥିଲେ । ମୃତ୍ୟୁ ସମୟରେ ତାଙ୍କ ପାଖରେ ସ୍ତ୍ରୀ ଓ ୨ ପିଲା (ଅଭିନେତା ଶରମନ ଏବଂ ତାଙ୍କ ଭଉଣୀ ) ଉପସ୍ଥିତ ଥିଲେ । ଅରବିନ୍ଦ ଯୋଶୀ ଅଭିନେତ୍ରୀ ସରିତା ଯୋଶୀଙ୍କ ଭାଇ ଏବଂ ଅଭିନେତ୍ରୀ କେତକୀ ଦେବଙ୍କ ଦାଦା ଥିଲେ ।

  • Tags:

Subscribe

National International State Sports Entertainment