ଅଭିନେତା ସନ୍ଦୀପ ନାହରଙ୍କ ଆତ୍ମହତ୍ୟା, ସୁଶାନ୍ତ ସିଂହ ରାଜପୁତଙ୍କ ସହ କରିଥିଲେ ଅଭିନୟ
Khabar Odisha:Entertainment-Actor-Sandeep-Nahar-dies-allegedly-by-suicide-at-hiss-residence-he-was-worked-with-SSR

ମୁମ୍ବାଇ, ଫେବୃଆରୀ ୧୬ (ଖବର ଓଡ଼ିଶା): ବଲିଉଡ ଅଭିନେତା ସନ୍ଦୀପ ନାହର ଆତ୍ମହତ୍ୟା କରି ନିଜର ଜୀବନ ଳୀଲା ଶେଷ କରିଦେଇଛନ୍ତି । ସେ ନିଜର ସୁଇସାଇଟ ନୋଟ୍‌ରେ ଲେଖିଛନ୍ତି ଯେ, ସେ ନିଜର ପତ୍ନୀ ଓ ଶାଶୁଙ୍କ କାରଣରୁ ଜୀବନ ଦେଉଛନ୍ତି । ମୃତ୍ୟୁ ପୂର୍ବରୁ ସେ ଫେସବୁକ ଲାଇଭ୍ କରି ନିଜର କାହାଣୀ ସହିତ ସେୟାର କରିଛନ୍ତି । 

ସନ୍ଦୀପ ଗୋରେଗାଓରେ ରହୁଥିଲେ । ସେ ନିଜର ପତ୍ନୀ-ଶାଶୁଙ୍କୁ ନିଜର ମୃତ୍ୟୁ ପାଇଁ ଦାୟୀ କରିଛନ୍ତି । ସେ ନିଜର ସୁଇସାଇଟ ନୋଟରେ ଲେଖିଛନ୍ତି ଯେ, ‘ଏବେ ବଂଚିବାକୁ ମନ କରୁନାହିଁ । ଲାଇଭ୍‌ରେ ବହୁତ ସୁଖ-ଦୁଃଖ ରହିଛି । ପ୍ରତ୍ୟେକ ସମସ୍ୟାକୁ ସମ୍ମୁଖୀନ ହୋଇଛନ୍ତି । କିନ୍ତୁ ଆଜି ଯେଉଁ ସମୟ ଦେଇ ଗତି କରୁଛି, ଏହା ଅସହ୍ୟ ହୋଇପଡ଼ିଛି । ମୁଁ ଜାଣିଛି ଆତ୍ମହତ୍ୟା କରିବା ଠିକ ନୁହେଁ । ମୋର ବି ବଂଚିବାର ଥିଲା । କିନ୍ତୁ ଏମିତି ବଂଚିବାରେ କୌଣସି ମୂଲ୍ୟ ନାହିଁ । ମୋର ପତ୍ନୀ କାଂଚନ ଶର୍ମା ଓ ତାଙ୍କର ମା’ ଭୀନୁ ଶର୍ମା ବୁଝିଲେନି କି, ବୁଝିବାକୁ ଉଦ୍ୟମ ମଧ୍ୟ କଲେ ନାହିଁ । ମୋର ପତ୍ନୀଙ୍କ ପ୍ରକୃତି ଠି ନୁହେଁ । ତାଙ୍କର ବ୍ୟକ୍ତିତ୍ୱ ଭିନ୍ନ । 

ଆତ୍ମହତ୍ୟା ନୋଟରେ ସେ ଲେଖିଛନ୍ତି ଯେ, ମୁଁ ବହୁତ ପୂର୍ବରୁ ଜୀବନକୁ ଶେଷ କରିଦେବାକୁ ଚାହୁଁଥିଲି, କିନ୍ତୁ କିଛି ଅଧିକ ସମୟ ଅପେକ୍ଷା କରିବାକୁ ହେବ । ଆଶା ଥିଲା ପତ୍ନୀ ଓ ଶାଶୁଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆସିବ । କିନ୍ତୁ ସେମାନେ ଠିକ ରାସ୍ତାକୁ ଆସିପାରିଲେ ନାହିଁ । ମୋତେ ଜଣାନାହିଁ ଯେ, ମୋର ଏହି ପଦକ୍ଷେପ ଦ୍ୱାରା କ’ଣ ହେବ । 

ପୋଲିସ ଅଧିକାରୀ କହିଛନ୍ତି ଯେ, ନାହର ନିଜର ମୃତ୍ୟୁ ପୂର୍ବରୁ ୩ ଘଣ୍ଟା ଆଗରୁ ଏହି ଭିଡିଓ ପ୍ରସ୍ତୁତ କରିଥିଲେ । ନାହରଙ୍କ ମୃତ୍ୟୁ କେମିତି ହୋଇଛି ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ । ସୂଚନାଯୋଗ, ସନ୍ଦୀପ ନାହର ସୁଶାନ୍ତ ସିଂହ ରାଜପୁତଙ୍କ ଫିଲ୍ମ ଏମ୍‌ଏସ୍ ଧୋନୀ: ଦ ଅନଟୋଲ୍ଡ ଷ୍ଟୋରୀରେ କାମ କରିଛନ୍ତି । ଏତଦ ବ୍ୟତୀତ ସେ ଆହୁରି ଅନେକ ଗୁଡ଼ିଏ ଧାରାବାହିକରେ ଅଭିନୟ କରିଛନ୍ତି । 

 

  • Tags:

Subscribe

National International State Sports Entertainment