ସାଢ଼େ ୪ ଲକ୍ଷ ଟଙ୍କାର ଭଡ଼ା ଘରେ ରହୁଥିଲେ ଅଭିନେତା ସୁଶାନ୍ତ ସିଂହ ରାଜପୁତ, ନଭେମ୍ବରରେ ଥିଲା ବିବାହ
Khabar Odisha:Entertainment-Sushant-Singh-Rajput-suicide-was-marrying-in-November-2020-says-brother

ମୁମ୍ବାଇ, ଜୁନ ୧୫ (ଖବର ଓଡ଼ିଶା): ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ସମଗ୍ର ଦେଶବାସୀଙ୍କୁ ଆଘାତ ଦେଇଛି । ଲୋକପ୍ରିୟ ଅଭିନେତାଙ୍କ ମୃତ୍ୟୁ ନେଇ ଦେଶବାସୀ ଦୁଃଖ ପ୍ରକାଶ କରିଛନ୍ତି । ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି । ସୁଶାନ୍ତ ସିଂହ ନିଜେ ରହୁଥିବା ଫ୍ଲାଟରେ ଆତ୍ମହତ୍ୟା କରିଛନ୍ତି । ସେ ଏକ ଡିଲକ୍ସ ଆପାର୍ଟମେଣ୍ଟରେ ରହୁଥିଲେ । ଏଠାରେ ମୋଟ ୪ଟି ଫ୍ଲାଟ ଥିଲା । ସୁଶାନ୍ତ ସିଂହ ରାଜପୁତ ଏଠାରେ ରହିବା ପାଇଁ ମୋଟା ଅଙ୍କର ଭଡା ଦେଉଥିଲେ । ଏଥି ପାଇଁ ସେ ୧୨ ଲକ୍ଷ ୯୦ ହଜାର ଟଙ୍କା ଜମା କରିଥିବା ବେଳେ ମାସକୁ ୪ ଲକ୍ଷ ୪୧ ହଜାର ଟଙ୍କା ଭଡା ଦେଉଥିଲେ । ସେ ଏହି ଫ୍ଲାଟରେ ୨୦୨୨ ପର୍ଯ୍ୟନ୍ତ ରହିଥାନ୍ତେ । 

ସୁଶାନ୍ତଙ୍କ ଜଣେ ସଂପର୍କୀୟ ଭାଇ କହିଛନ୍ତି, ଅଭିନେତାଙ୍କ ବିବାହ ଆଗାମୀ ନଭେମ୍ବରରେ ହୋଇଥାନ୍ତା । ଘର ଲୋକେ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । କିନ୍ତୁ ସୁଶାନ୍ତଙ୍କ ଆତ୍ମହତ୍ୟା ସମଗ୍ର ପରିବାର, ବିହାର, ମହାରାଷ୍ଟ୍ର ସମେତ ଦେଶବାସୀ ଓ ବଲିଉଡକୁ ସ୍ତବ୍ଧ କରିଦେଇଛି । 

ସୂଚନାଯୋଗ୍ୟ, ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିଲେ । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଏହି ଖବର ଜାତୀୟ ଗଣମାଧ୍ୟମର ରିପୋର୍ଟ କରିଛି । ଜୁନ ୧୪ (ରବିବାର) ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଖବର ମିଳିବା ପରେ ସମଗ୍ର ଭାରତ ସ୍ତବ୍ଧ ହୋଇଯାଇଥିଲା । ତାଙ୍କର ମୃତ୍ୟୁ ନେଇ ସମସ୍ତେ ସନ୍ଦେହରେ ଥିଲେ । ଆତ୍ମହତ୍ୟା ଖବର ମିଳିବା ପରେ ପୋଲିସ ଘଟଣାସ୍ଥଳକୁ ପହଞ୍ଚିଥିଲା । ପ୍ରାରମ୍ଭିକ ତଦନ୍ତ ପାଇଁ ପୋଲିସ ମୃତଦେହ ପୋଷ୍ଟମର୍ଟମ ପାଇ ନେଇଥିଲା । ଏବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସେ ଆତ୍ମହତ୍ୟା କରିଥିଲେ ବୋଲି ଜଣାପଡ଼ିଛି । 

ମୁମ୍ବାଇ ଜୁହୁସ୍ଥିତ କପୂର ହସ୍ପିଟାଲରେ ତାଙ୍କର ମୃତଦେହ ପୋର୍ଷ୍ଟମର୍ଟମ କରାଯାଇଛି । ରିପୋର୍ଟରୁ ଜଣାଯାଇଛି ଯେ, ସେ ଆତ୍ମହତ୍ୟା କରିଛନ୍ତି । ମାତ୍ର ସୁଶାନ୍ତଙ୍କ ଅଙ୍ଗପ୍ରତ୍ୟଙ୍ଗକୁ ଜେଜେ ହସ୍ପିଟାଲ ପଠାଯାଇଛି, ଯେଉଁଠାରେ ଅଙ୍ଗପ୍ରତ୍ୟଙ୍ଗ ପରୀକ୍ଷା ହେବ । ତାଙ୍କ ପରିବାର ଲୋକେ ମୁମ୍ବାଇ ପହଞ୍ଚିଥିବା ବେଳେ ଆଜି ଅନ୍ତିମ ସଂସ୍କାର ହେବ । 

 

  • Tags:

Subscribe

National International State Sports Entertainment