ଅନୁରାଗ କଶ୍ୟପଙ୍କ ନାଁରେ ଅଭିଯୋଗ କରିବାକୁ ଥାନା ପହଂଚିଥିଲେ ପାୟଲ ଘୋଷ, ଜାଣନ୍ତୁ କାହିଁକି ଫେରି ଆସିଲେ
Khabar Odisha:Entertainment-Sexual-harassment-case-Payal-Ghosh-arrives-at-Oshiwara-police-station-in-Mumbai-to-file-complaint-against-Anurag-Kashyap

ମୁମ୍ବାଇ, ସେପ୍ଟେମ୍ବର ୨୨ (ଖବର ଓଡ଼ିଶା): ବଲିଉଡ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ନିକଟରେ ତାଙ୍କ ବିରୋଧରେ ଅଭିନେତ୍ରୀ ପାୟଲ ଘୋଷ ଯୌନଶୋଷଣ ଅଭିଯୋଗ ଆଣିଥିଲେ । ଏବେ ପାୟଲ ଘୋଷ ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ବିରୋଧରେ ମାମଲା ରୁଜୁ କରାଇବା ଲାଗି ସୋମବାର ବିଳମ୍ବିତ ରାତି ମୁମ୍ବାଇର ଓଶିୱାରା ଥାନାକୁ ଯାଇଥିଲେ । ପାୟଲଙ୍କ ସହିତ ତାଙ୍କ ଓକିଲ ନିତିନ ସତପୁତେ ମଧ୍ୟ ଥିଲେ । ମାତ୍ର ଅଭିନେତ୍ରୀ ପାୟଲ ଘୋଷଙ୍କ ଦ୍ୱାରା ଅନୁରାଗ କଶ୍ୟପଙ୍କ ବିରୋଧରେ କୌଣସି ମାମଲା ରୁଜୁ ହୋଇ ନଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି । 

ପାୟଲଙ୍କ ସହିତ ପୋଲିସ ଷ୍ଟେସନ ଯାଇଥିବା ତାଙ୍କ ଓକିଲ ନିତିନ ସତପୁତେ ଏକ ଚ୍ୟାନଲ ସହିତ କଥାବାର୍ତ୍ତା ସମୟରେ କହିଛନ୍ତି, ବୟାନ ରେକର୍ଡ କରିବାକୁ କୌଣସି ମହିଳା ଅଧିକାରୀ ଥାନାରେ ଉପସ୍ଥିତ ନଥିଲେ । ପୋଲିସ ଷ୍ଟେସନର କ୍ଷେତ୍ରାଧିକାର ମଧ୍ୟ ନିର୍ଦ୍ଧାରିତ ହୋଇପାରି ନଥିଲା । କାରଣ ଘଟଣା ବର୍ସୋୱା ପୋଲିସ ଷ୍ଟେସନ ଅନ୍ତର୍ଗତ ହୋଇଥିଲା । ସେ ଚ୍ୟାନେଲକୁ ଆଗାମୀ ଯୋଜନା ସଂପର୍କରେ କହିଥିଲେ ଯେ, ଆମେ ମଙ୍ଗଳବାର ଅପରାହ୍ନରେ ଅଭିଯୋଗ କରିବୁ । ଏହା ବ୍ୟତୀତ ଏନସିଡବ୍ଲ୍ୟୁ ଆଗରେ ଅଭିଯୋଗ କରିବୁ । 

ଅନ୍ୟପଟରେ ଅଭିନେତ୍ରୀଙ୍କ ଅଭିଯୋଗକୁ ନେଇ ସେପ୍ଟେମ୍ବର ୨୦ ପରେ ଗୋଟିଏ ପରେ ଗୋଟିଏ ଟୁଇଟ କରିଛନ୍ତି ଅନୁରାଗ କଶ୍ୟପ । ସେ ନିଜ ଉପରେ ଲଗାଯାଇଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇଛନ୍ତି । ସେ ଟୁଇଟରେ ଲେଖିଛନ୍ତି ଯେ, ଆଶ୍ଚର୍ଯ୍ୟର କଥା । ଏତେ ସମୟ ନେଇଗଲ ମୋତେ ଚୁପ କରିବା ଉଦ୍ୟମରେ । ମୋତେ ଚୁପ କରିବାକୁ ଏତେ ମିଛ କଥା କହିପାରୁଛି । ସାମାନ୍ୟ ମର୍ଯ୍ୟାଦା ରକ୍ଷା କରନ୍ତୁ ମ୍ୟାଡମ ବୋଲି କଶ୍ୟପ କହିଛନ୍ତି । ମୁଁ ଏତିକି କହିବି ଯେ, ଅଭିଯୋଗ ଭିତ୍ତିହୀନ । 

 

  • Tags:

Subscribe

National International State Sports Entertainment