ମୁମ୍ବାଇ, ଅଗଷ୍ଟ ୦୪ (ଖବର ଓଡ଼ିଶା): ଡ୍ରାମା କୁଇନ୍ ରାଖୀ ସାୱନ୍ତ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ରାଖୀ ସାୱନ୍ତଙ୍କ ପୁରୁଷ ବନ୍ଧୁ ଆଦିଲ ଖାନଙ୍କୁ ହତ୍ୟା ଧମକ ମିଳିଛି । ଆଦିଲଙ୍କ ଫୋନ୍କୁ କେହି ଜଣେ ବ୍ୟକ୍ତି ମେସେଜ କରି ରାଖୀଙ୍କ ଠାରୁ ଦୂରେଇ ରହିବାକୁ ଚେତାବନୀ ଦେଇଛି । ଏହି ଘଟଣାକୁ ନେଇ ଅଭିନେତ୍ରୀ ରାଖୀ ବିଚଳିତ ହୋଇପଡ଼ିଛନ୍ତି । ରାଖି ମଧ୍ୟ ଛାଡ଼ି ନାହାନ୍ତି । ସେ ଧମକ ଦେଇଥିବା ବ୍ୟକ୍ତିଙ୍କୁ ଚେତାବନୀ ଦେଇଛନ୍ତି । ରାଖୀ କହିଛନ୍ତି ଯେ, ‘ମୋର ଆଦିଲଙ୍କ କିଛି ହେଲେ... । ସେ ଆହୁରି କହିଛନ୍ତି ଯେ, ଧମକ ବନ୍ଦ କରନ୍ତୁ । ପ୍ରଥମେ ମୋତେ ଶେଷ କରନ୍ତୁ ।
ନିକଟରେ ଇନଷ୍ଟାଗ୍ରାମରେ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଆଦିଲ ଓ ରାଖୀ ଧମକ ସଂପର୍କରେ କହୁଛନ୍ତି । ରାଖୀ ଫୋନରେ ଆସିଥିବା ମେସେଜକୁ ଦେଖାଇ କହୁଛନ୍ତି ଯେ, ଆଦିଲଙ୍କୁ କୌଣସି ଦାଉଦ ହାସନ ଟେକ୍ସଟ କରି ଲେଖିଛି ଯେ, ସେ ରାଖୀଙ୍କୁ ଛାଡ଼ି ଦିଅନ୍ତୁ । ତାଙ୍କ ଠାରୁ ଦୂରେଇ ଯାଆନ୍ତୁ । ଅଥଚ ହତ୍ୟା କରାଯିବ । ଏହି ମେସେଜ ପଢ଼ି ରାଖୀଙ୍କ ରାଗ ବଢ଼ିଯାଇଛି । ରାଖି ମେସେଜ ଦେଖଇ ଧମକ ଦେଇଥିବା ବ୍ୟକ୍ତିକୁ ଚେତାବନୀ ଦେଇଛନ୍ତି ।
ଧମକପୂର୍ଣ୍ଣ ମେସେଜ ମିଳିବା ପରେ ରାଖୀ ରାଗିଛନ୍ତି । ଏଥି ସହିତ ସେ ଚିନ୍ତିତ ମଧ୍ୟ ଦେଖାଯାଉଛନ୍ତି । ରାଖୀ ଲେଖିଛନ୍ତି ଯେ, ମୁଁ ବହୁତ ଚିନ୍ତିତ । ମୋର ଆଦିଲଙ୍କୁ ଧମକ ଆସୁଛି । ଧମକ ଦେଇଥିବା ସେହି ବ୍ୟକ୍ତି ଜଣକ କହୁଛି ଯେ, ରାଖୀଙ୍କ ଠାରୁ ଦୂରେଇ ରୁହ । ନ ହେଲେ ତୁମକୁ ହତ୍ୟା କରାଯିବ । କିନ୍ତୁ ଆମେ ଦୁଇ ଜଣ ପ୍ରେମ କରୁ । ମୁଁ ତାଙ୍କ ବିନା ଜୀବିତ ରହିବା ସହଜ ନୁହେଁ ।