ବିବାଦରେ Mr.କହ୍ନେୟା, ଚଳଚ୍ଚିତ୍ର ପ୍ରଯୋଜକଙ୍କୁ ନୋଟିସ
Khabar Odisha:Entertainment-Ollywood-odisha-Row-over-Mr-Kanhaiya-movie-poster-Mahila-Police-Bhubaneswar-issues-notice-to-film-producer-Sitaram-Agarwal
ଭୁବନେଶ୍ୱର, ଅଗଷ୍ଟ ୨୦(ଖବର ଓଡ଼ିଶା):

ବିବାଦ ଘେରରେ ଓଡ଼ିଆ ଫିଲ୍ମ Mr.କହ୍ନେୟା। ବିବାଦୀୟ ପୋଷ୍ଟରକୁ ନେଇ ଅପକମିଂ ଚଳଚିତ୍ର Mr.କହ୍ନେୟା ପ୍ରଡକ୍ସନ ହାଉସ ପ୍ରଯୋଜକ ସୀତାରାମ ଅଗ୍ରୱାଲଙ୍କୁ ନୋଟିସ ଜାରି କରାଯାଇଛି । 

କିଛି ଦିନ ହେବ Mr.କହ୍ନେୟା ଚଳଚିତ୍ରର ପୋଷ୍ଟର ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ସେଥିରେ କମେଡ଼ି ଷ୍ଟାର ତଥା ହାସ୍ୟ ଅଭିନେତା ପପୁ ପମପମ ନାରୀଙ୍କୁ ରସି ବାନ୍ଧି ଲଗାମ ଧରିବା ଭଳି ଦୃଶ୍ୟ ରହିଛି । ଏଥିରେ ମହିଳାଙ୍କୁ ଅସମ୍ମାନ କରାଯାଇଥିବା ବିଭିନ୍ନ ମହଲରୁ ଅଭିଯୋଗ ଆସିଛି । ଏହି ପୋଷ୍ଟର ଭାଇରାଲ ହେବା ସହ ପପୁଙ୍କୁ ପୁଣି ଥରେ ଦର୍ଶକଙ୍କ ପାଖରେ ହଟହଟା ହେବାକୁ ପଡ଼ିଛି । ତେଣୁ ଭୁବନେଶ୍ୱର ମହିଳା ଥାନା ପକ୍ଷରୁ ଅପକମିଂ ଚଳଚିତ୍ର Mr.କହ୍ନେୟାର ବିବାଦୀୟ ପୋଷ୍ଟରକୁ ନେଇ ପ୍ରଡକ୍ସନ ହାଉସ ପ୍ରଯୋଜକ ସୀତାରାମ ଅଗ୍ରୱାଲଙ୍କୁ ନୋଟିସ ଜାରି କରାଯାଇଛି । 

  • Tags:

Subscribe

National International State Sports Entertainment