ସୋସିଆଲ ମିଡିଆକୁ ଅଲବିଦା କହିଲେ ପ୍ରଖ୍ୟାତ ବଲିଉଡ୍ ଅଭିନେତା ଅମୀର ଖାନ୍‌
Khabar Odisha:Entertainment-Bollywood-superstar-producer-Aamir-Khan-quits-social-media

ନୂଆଦିଲ୍ଲୀ, ମାର୍ଚ୍ଚ ୧୬ (ଖବର ଓଡ଼ିଶା): ପ୍ରଖ୍ୟାତ ବଲିଉଡ ସୁପରଷ୍ଟାର ତଥା ପ୍ରଯୋଜକ ଅମୀର ଖାନ ସୋମବାର ଘୋଷଣା କରିଛନ୍ତି ଯେ, ସାମାଜିକ ଗଣମାଧ୍ୟମରୁ ସେ ଦୂରରେ ରହିବେ । କିନ୍ତୁ ତାଙ୍କର କାର୍ଯ୍ୟକଳାପ ଗୁଡ଼ିକ ପ୍ରଡକଶନ ବ୍ୟାନର ଅଫିସ ଆକାଉଣ୍ଟରେ ଲୋକଙ୍କୁ ସୂଚନା ମିଳିପାରିବ । ଅମୀର ଖାନ ଏହାରି ମଧ୍ୟରେ୫୬ ବର୍ଷରେ ପଦାର୍ପଣ କରିଛନ୍ତି । ଜନ୍ମଦିନ ଅବସରରେ ତାଙ୍କୁ ଯେଉଁମାନେ ଶୁଭେଚ୍ଛା ଜଣାଇଛନ୍ତି, ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । 

ଅଭିନେତା ଅମୀର ଖାନ୍ କହିଛନ୍ତି ଯେ, ସାମାଜିକ ଗଣମାଧ୍ୟମରୁ ମୁଁ ବିଦାୟ ନେବାକୁ ନିଷ୍ପତ୍ତି ନେଇଛି । କିନ୍ତୁ ଅଫିସିଆଲ ଆକାଉଣଣ୍ଟ ମାଧ୍ୟମରେ ସକ୍ରିୟ ରହିବି । ସୂଚନାଯୋଗ୍ୟ, ସୁପରଷ୍ଟାର ଅମୀର ଖାନ୍ ବଲିଉଡର ଚର୍ଚ୍ଚିତ ଫିଲ୍ମ ଲଗାନ୍‌, ତାରେ ଜମୀନ୍ ପର, ଦଙ୍ଗଲ, ଲାଲ ସିଂହ ଚଢ଼ା ଆଦିକୁ ଦର୍ଶକ ଭୁଲିପାରି ନାହାନ୍ତି । 

 

  • Tags:

Subscribe

National International State Sports Entertainment